Home ଓଡ଼ିଶା ୩ ହଜାର ହବିଷ୍ୟାଳିଙ୍କୁ ମାଗଣା ଆବାସ ଓ ମହାପ୍ରସାଦ ଦିଆଯିବ, ଜିଲାପାଳ

୩ ହଜାର ହବିଷ୍ୟାଳିଙ୍କୁ ମାଗଣା ଆବାସ ଓ ମହାପ୍ରସାଦ ଦିଆଯିବ, ଜିଲାପାଳ

213

ପୁରୀ, ୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପ୍ରାୟ ୩ହଜାର ହବିଷ୍ୟାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ କାର୍ତିକମାସରେ ମାଗଣା ଆବାସ ଏବଂ ମହାପ୍ରସାଦ ଯୋଗାଇ ଦିଆଯିବ। ରେଳଷ୍ଟେସନ ନିକଟସ୍ଥ ପର୍ଯ୍ୟଟନ କମ୍ପ୍ଲେକ୍ସ, ମୋଚିସାହି କଲ୍ୟାଣମଣ୍ଡପ ଓ ନରେନ୍ଦ୍ରକୋଣ ନିର୍ମାଣଧିନ ହବିଷ୍ୟାଳି ଶିବିରରେ ସେମାନଙ୍କୁ ରଖାଯିବ। ଚଳିତମାସ ୧୩ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ହବିଷ୍ୟାଳିମାନେ ସେଠାରେ ଅବସ୍ଥାନ କରିବେ। ସେମାନଙ୍କ ପାଇଁ ରାଧାଦାମୋଦର ପୂଜା, ଆକାଶଦୀପ, ଚଉଁରା ପୂଜା ବ୍ରବସ୍ଥା କରାଯିବ। ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଏବଂ ପଣ୍ଡିତମାନେ ୩ଟି ହବିଷ୍ୟାଳି କେନ୍ଦ୍ରରେ କାର୍ତିକ ବ୍ରତ ପାଠ କରିବେ। ହବିଷ୍ୟାଳି ଶିବିରରେ ଅଭ୍ୟର୍ଥନା ପ୍ରକୋଷ୍ଠ ଏବଂ ଆଶୁଚିକିତ୍ସା କେନ୍ଦ୍ର ଖୋଲାଯିବାକୁ ଶୁକ୍ରବାର ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। ଜିଲାପାଳ ବଲୱନ୍ତ ସିଂହ ସେଥିରେ ଅଧ୍ୟକ୍ଷତା କରିଥିଲେ। ଆଗ୍ରହୀ ହବିଷ୍ୟାଳିଙ୍କଠାରୁ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଦରକାସ୍ତ ଆହ୍ୱାନ କରାଯାଇଛି। ଦିନକୁ ଗୋଟିଏ ଥର ସେମାନଙ୍କୁ ମହାପ୍ରସାଦ ଖାଇବାକୁ ଦିଆଯିବ। ହବିଷ୍ୟାଳିଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ୧୨ଜଣ ଅଧିକାରୀଙ୍କୁ ସେଠାରେ ନିୟୋଜିତ କରାଯିବାକୁ ସ୍ଥିର ହୋଇଥିବା ଜିଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ହବିଷ୍ୟାଳିଙ୍କ ପାଇଁ ତୀର୍ଥ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ବ୍ୟବସ୍ଥା କରାଯିବ। ସେମାନେ ଯେପରି ଶୃଙ୍ଖଳିତ ଭାବେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେଥିପାଇଁ ସହାୟତା କରାଯିବ। ରେଳଷ୍ଟେସନ ଏବଂ ବସଷ୍ଟାଣ୍ଡରେ ସହାୟତା କେନ୍ଦ୍ର ଖୋଲାଯିବାକୁ ସ୍ଥର ହୋଇଛି। ସେଠାରୁ ସ୍ୱତନ୍ତ୍ର ଗାଡ଼ିଯୋଗେ ହବିଷ୍ୟାଳିଙ୍କୁ ଶିବିରକୁ ଅଣାଯିବ। ହବିଷ୍ୟାଳି ଶିବରରେ ୨୪ଘଂଟା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ପରିଚୟପତ୍ର ଦିଆଯିବ। ରେଳ ପର୍ଯ୍ୟଟନ କମ୍ପ୍ଳେକ୍ସରେ ୯୦୦ ମୋଚିସାହି କଲ୍ୟାଣ ମଣ୍ଡପରେ ୬୦୦ ଏବଂ ନରେନ୍ଦ୍ରକୋଣ ହବିଷ୍ୟାଳି ଶିବିରରେ ୧୫୦୦ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ନିଦ୍ଧାରିତ ସମୟରେ ମହାପ୍ରସାଦ ଯୋଗାଇବାକୁ ଶୁକ୍ରବାର ସୁଆର ମହାସୁଆର ନିଯୋଗ କର୍ମକର୍ତାଙ୍କୁ ଅନୁରୋଧ କରାଯାଇଛି। ମହାପ୍ରସାଦ ଦର ବୃଦ୍ଧି ନକରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.