Home ଓଡ଼ିଶା ପରମପାଙ୍ଗାରୁ କୋଲକାତା ଗଂଜେଇ ଚାଲାଣ, ୫ଗିରଫ, କାର ଜବତ

ପରମପାଙ୍ଗାରୁ କୋଲକାତା ଗଂଜେଇ ଚାଲାଣ, ୫ଗିରଫ, କାର ଜବତ

151

ବାଲିଗୁଡା, ୬/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ଶୁକ୍ରବାରଦିନ ଏସଆଇ ଏସଏସ ଆଲଦାଙ୍କ ତତ୍ୱାବଧାନତାରେ ପେଟ୍ରୋଲିଙ୍ଗ ସମୟରେ ପ୍ରାୟ ସକାଳ ୬.୩୦ମିନଟ ସମୟରେ ଏକ ମାରୁତି ସୁଜୁକି ଅଲଟୋ କାରଟିକୁ ଦେଖି ପୋଲିସ ଅଟକାଇବା ସମୟରେ ନଅଟକି ଖସି ପଳାଉଥିଲା।କିନ୍ତୁ ପୋଲିସ କାରର ପିଛା କରି ଧରିବାରେ ସଫଳ ହୋଇଥିଲା ଓ କାରକୁ ଖୋଲି ଦେଖିବା ସମୟରେ କାର ଭିତରୁ ଗଂଜେଇ ବାହାରିଥିଲା। କାରଟିକୁ ପୋଲିସ ଥାନା କୁନେଇ ଦେଖିବା ସମୟରେ କାର ଭିତରୁ ୬୧.୮ଗ୍ରାମ ଗଂଜେଇ ଏକ ବସ୍ତାରେ ବନ୍ଧାହୋଇଥିଲା। କାଭିଟି କୋଲକତା ନମ୍ବରଡବ୍ଲୁବି୫୮ଏୟାଇ-୮୫୩୦ ଓ କାର ଭିତରେ ପାଂଚ ଜଣ ବସିରହିଥିଲେ। ଏହି ପାଂଚ ଜଣଙ୍କ ମଧ୍ୟରୁ ୪ଜଣ କୋଲକତାର ମୁସିଦାବାଦରେଘର ସେମାନେ ହେଲେ କାଶେମ ଶେଖ, କାଜଦାର ସେଖ, ମିଥୁନ ଶେଖ, ପିକୁଲୁ ବିଶ୍ୱାସ ଓ ଆଉ ଜଣେ କୃତମଗଡର ମଦନ ଦିଗାଳ।ଗଂଜେଇକୁ ଜବତ କରିବା ସହ ଗିରଫ ପାଂଚ ଜଣଙ୍କୁ ଥାନା କେଶ ନମ୍ବର୧୩୦/୧୯ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି ବୋଲି ଆଇଅଅଇସି ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.