Home କନ୍ଧମାଳ ୩୯ ତମ ପ୍ରତିଷ୍ଠା ଦିବସ ପାଳିତ

୩୯ ତମ ପ୍ରତିଷ୍ଠା ଦିବସ ପାଳିତ

73

ବାଲିଗୁଡ଼ା, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜିଲ୍ଲାର ଏକମାତ୍ର ରେଡ଼କ୍ରସ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟର ୩୯ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ରୁଦ୍ର ଶୁକ୍ଳାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଯୋଗଦେଇ ମହାତ୍ମା ଗାନ୍ଧୀ ଓ ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକା ଡଃ. ବିଭୁତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ଦାସ, ପ୍ରମୁଖ ଯୋଗଦେଇ ୩୯ ବର୍ଷର ସ୍ମୃତିଚାରଣ କରି ସମ୍ୟକ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ତତ୍ତ୍ୱାବଧାରକ ବିଶ୍ୱଜିତ ଜେନା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ କୁମାର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଓ ଉଦ୍ୟାପନୀ ସଂଗୀତ ପରିବେଷଣ କରାଯାଇଥିଲା। କିଶୋର ଚନ୍ଦ୍ର ଜେନା ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶେଷରେ ଖଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.