Home ଆନ୍ତର୍ଜାତୀୟ ୩୭୦ ଧାରା ଉଚ୍ଛେଦ ପରେ ଟ୍ରେନ ସେବା ବନ୍ଦ କଲା ପାକିସ୍ତାନ

୩୭୦ ଧାରା ଉଚ୍ଛେଦ ପରେ ଟ୍ରେନ ସେବା ବନ୍ଦ କଲା ପାକିସ୍ତାନ

547

ନୂଆଦିଲ୍ଲୀ, ୦୯/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଉପରେ ଏହାର ପ୍ରଭାବ ପଡିଛି ।  ତେବେ ପାକିସ୍ତାନ ଏବେ ଥାର ଏକ୍ସପ୍ରେସ ଟ୍ରେନ ରୋକିବାକୁ ନିଷ୍ପତ୍ତି ନେଇଛି ।

ସୂଚନା ଅନୁସାରେ, ଥାର ଏକ୍ସପ୍ରେସ ରାଜସ୍ଥାନ ଯୋଦ୍ଧପୁରରୁ ପାକିସ୍ତାନ ପର୍ଯ୍ୟନ୍ତ ଯାଏ । ଏହାସହ ପାକିସ୍ତାନ ମୁନାବାୱା-ଖୋଖରାପାର ଟ୍ରେନକୁ ମଧ୍ୟ ରଦ୍ଦ କରିଥିବା ସୂଚନା ମିଳିଛି ।

ସେହିପରି ଗତ କାଲି କରାଚିରୁ ସକାଳ ୮ଟାରେ ବାହାରିଥିବା ସମଝୌତା ଏକ୍ସପ୍ରେସକୁ ଲାହୋର ଠାରେ ଅଟକାଇଥିଲା ପାକିସ୍ତାନ । ସମଝୌତା ଏକ୍ସପ୍ରେସକୁ ପାକ୍ ଡ୍ରାଇଭର ଓ ଗାର୍ଡ ଭାରତ ଆସିବାକୁ ମନାକରିଥିବା ବେଳେ ଦୁଇ ଦିନ ତଳେ ଭାରତ ସହ କୁଟନୈତିକ ସ୍ତରରେ ସମ୍ପର୍କ କାଟି ଥିଲା ପାକିସ୍ତାନ । ଏହା ସହ ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ବନ୍ଦ କରି ଥିଲା ପାକିସ୍ତାନ । ପାକିସ୍ତାନରେ ଭାରତୀୟ ଦୂତବାସ ବନ୍ଦ ହୋଇଥିଲା । ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ପାସ୍ ପରେ ପାକିସ୍ତାନ ଏହିପରି ନିଷ୍ପତ୍ତି ନେଇଥିଲା । ଜାତୀୟ ସୁରକ୍ଷା କମିଟି ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଏହିପରି ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.