Home ଓଡ଼ିଶା ୩୫ ଘଣ୍ଟା ବୁଝା ସୁଝା ଓ ରାସ୍ତା ରୋକ ପରେ ରଣପୁର ରେ ବିଦ୍ୟୁତ୍ ଜଳିଲା

୩୫ ଘଣ୍ଟା ବୁଝା ସୁଝା ଓ ରାସ୍ତା ରୋକ ପରେ ରଣପୁର ରେ ବିଦ୍ୟୁତ୍ ଜଳିଲା

122

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୭-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ୩୫ଘଣ୍ଟା ବାଦ ବିବାଦ ଓ ରାସ୍ତା ରୋକପରେ ରଣପୁର ଅଂଚଳରେ ବିଦ୍ୟୁତ୍ ଜଳିଲା । ରଣପୁର ଅଂଚଳରେ ୫ ତାରିଖ ସକାଳ ୬ ଘଟିକା ସମୟରେ ବିଦ୍ୟୁତ୍ ସଂଯୋଗ କଟିଯାଇଥିଲା । ରଣପୁର ଅଂଚଳକୁ ନୟାଗଡ ଲାଠିପଡା, ରାଜପାଟଣା ଗ୍ରୀଡ୍ ରୁ ବିଦ୍ୟୁତ୍ ସଂଯୋଗୀକରଣ ହୋଇଅଛି । ସେହି ଗ୍ରୀଡ୍ ନିକଟରେ ଥିବା ଜଗତିପାଟଣା ଗ୍ରାମ ମଧ୍ୟ ଦେଇ ୩୩କେଭି ବିଦ୍ୟୁତ୍ ଲାଇନ୍ ଆସିଅଛି । ୩୩କେଭି ଲାଇନ୍ ତଳେ ଏଲ୍‌.ଟି ଲାଇନ୍ ଘରକୁ ସଂଯୋଗୀ କରଣ ହୋଇଅଛି । ଦୁଯ୍ରୋ୍ୟଗ ବସତଃ ୫ ତାରିଖ ସକାଳ ୬ ଘଟିକା ଓ ସମୟରେ ହଠାତ୍ ୩୩କେଭି ଲାଇନ୍ ତାର ଛିଡି ପଡିଲା । ସେହି ୩୩କେଭି ଲାଇନ୍ ତାର ପ୍ରତି ଘରକୁ ସଂଯୋଗ ହୋଇଥିବା ସର୍ଭିସ୍ ଲାଇନ୍ ଉପରେ ପଡିଗଲା । ତେଣୁ ପ୍ରତିଘରେ ଥିବା କିଛି କିଛି ବିଦ୍ୟୁତ୍ ସାମଗ୍ରୀ ଯଥା ଟିଭି, ଫ୍ୟାନ୍ ଓ ଫ୍ରିଜ୍ ଇତ୍ୟାଦି କ୍ଷୟକ୍ଷତି ହୋଇଗଲା । ୨ଜଣ ମହିଳା ନଳକୂଅରୁ ପାଣି ନେଉଥିବା ସମୟରେ ସେମାନେ ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ । ଗ୍ରାମବାସୀମାନେ କ୍ଷତି ପୁରଣ ଦାବି କରିବା ସହ ତାଙ୍କ ଗ୍ରାମଦେଇ ରଣପୁରକୁ ୩୩କେଭି ବିଦ୍ୟୁତ୍ ସଂଯୋଗ ଯାଇପାରିବ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ରଣପୁର ଅନ୍ଧାରରେ ରହିବା ଯୋଗୁଁ ୬ ତାରିଖ ସକାଳ ୯ଘଟିକାଠାରୁ ରାସ୍ତା ରୋକ କରାଯାଇଥିଲା ।

ଫଳରେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ବିଭୁତି ପ୍ରସାଦ ହରିଚନ୍ଦନ ସେସୁ ଉପଖଣ୍ଡ ଯନ୍ତ୍ରୀ, ରଣପୁର ସେସୁ କନିଷ୍ଠ ଯନ୍ତ୍ରୀ ବିକାଶ ସେନାପତି ଓ ଇଟାମାଟି ଥାନା ଇନିସ୍‌ପେକ୍ଟର ଶରତ ଚନ୍ଦ୍ର ପାତ୍ର କ୍ଷତିଗ୍ରସ୍ତ ଜଗତିପାଟଣା ଗ୍ରାମକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିବା ସହ କ୍ଷୟକ୍ଷତିର ସମାଧାନ ପାଇଁ ଅଗ୍ରୀମ ୨୦ହଜାର ଟଙ୍କା ଦେବା ପରେ ଗ୍ରାମବାସୀମାନେ ରାଜି ହୋଇ ଗ୍ରାମମଧ୍ୟ ଦେଇ ୩୩କେଭି ବିଦ୍ୟୁତ ସଂଯୋଗ କରାଇଥିଲେ । ପରବର୍ତ୍ତୀ ସମୟରେ ଗ୍ରାମ ମଧ୍ୟରୁ ଏହି ୩୩ କେଭି ବିଦ୍ୟୁତ୍ ସଂଯୋଗୀକରଣକୁ ଅନ୍ୟତ୍ର ଉଠାଇ ନିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ । ୩୫ଘଣ୍ଟା ପରେ ରଣପୁର ରେ ବିଦ୍ୟୁତ୍ ଆଲୋକ ଜଳିବାରୁ ରାସ୍ତାରୋକ ହଟିଥିବା ଜଣା ପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.