Home ଓଡ଼ିଶା ପୁଣି ଚୋରା ଖାଣ୍ଡେଲାଇଟ୍ ପଥର ଗାଡି ଜବତ

ପୁଣି ଚୋରା ଖାଣ୍ଡେଲାଇଟ୍ ପଥର ଗାଡି ଜବତ

113

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୭-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ଦେଇ ବହୁ ମୁଲ୍ୟବାନ ଖାଣ୍ଡେଲାଇଟ୍ ପଥର ଚୋରା ଚାଲାଣ ହୋଇଥାଏ । ଯେଉଁ ଖାଣ୍ଡେଲାଇଟ ପଥରରେ ଜଗନ୍ନାଥଙ୍କ ପ୍ରତିମୁର୍ତ୍ତିଠାରୁ ଆରମ୍ଭ କରି ଅନେକ ଦେବାଦେବୀଙ୍କର ପ୍ରତିମୁର୍ତ୍ତି ନିର୍ମାଣ କରାଯାଇଥାଏ । ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ରଣପୁର ଥାନାକୁ ଏ ସମ୍ପର୍କେ ନିର୍ଦ୍ଧେଶ ଦେଇଥିଲେ । ନିର୍ଦ୍ଧେଶ ଅନୁଯାୟୀ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ, ସବ୍ ଇନିସ୍‌ପେକ୍ଟର  ବିଦିତା ନାୟକ ଓ ପ୍ରିତି ପ୍ରକାଶ ମହାନ୍ତି ନଜର ରଖିଥିଲେ । ଗତ ୪ ତାରିଖ ରାତ୍ରିରେ ଏକ ମିନି ଟ୍ରକ୍ କୁ ଅଟକାଇଥିଲେ । ଟ୍ରକ୍ ଟି ନ ଅଟକି ଦ୍ରୁତ ଗତିରେ ନୟାଗଡ ପଟକୁ ଚାଲିଯାଇଥିଲା ।

ତେଣୁ ପୋଲିସ୍ ଗାଡି ଫଲୋ କରି ରଣପୁର ଅଶୁର କୁମାରୀ ଛକ ନିକଟରେ ଗାଡିକୁ ଅଟକାଇଥିଲେ । ଗାଡି ମାଲିକ ପ୍ରଥମେ ଗାଡିରେ କୁକୁଡା ଖାଦ୍ୟ ଯାଉଛି ବୋଲି କହିଥିଲେ । ଗାଡି ତନଖି ବେଳେ ଜଣା ପଡିଲା ଗାଡି ଭିତରେ ବହୁ ମୁଲ୍ୟବାନ ଖାଣ୍ଡେଲାଇଟ୍ ପଥର ରହିଅଛି । ଗାଡିକୁ ଜବତ କରିବା ସହ ଗାଡି ମାଲିକ ତଥା ଡ୍ରାଇଭର୍ ଲିଆକତ୍ ଅଲ୍ଲୀ ଖାଁକୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ଲିଆକତ୍ ର ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ଛଣଗିରି ଗ୍ରାମରେ । ଖୋର୍ଦ୍ଧା ଜିଲ୍ଲା ନରଣଗଡ ଭୋଗପୁର ପାହାଡରୁ ଏହି ଖାଣ୍ଡେଲାଇଟ୍ ପଥର ଭଂଜନଗରକୁ ଚୋରା ଚାଲାଣ ହେଉଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.