Home କେନ୍ଦୁଝର ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

139

ଯୋଡା, ୦୬- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ଅନ୍ତର୍ଗତ କ୍ୟାମ୍ପ ହଟିଂ ନିକଟସ୍ଥ ସୁନା ନଦୀରୁ ଏକ ମହିଳାଙ୍କ ମୃତ ଶରିର ଉଦ୍ଧାର କରାଯାଇଛି । ପୁଲିସ ସୂଚନା ମୁତାବକ ରଇଡା ପଞ୍ଚାୟତର କ୍ୟାମ୍ପ ହଟିଂ ଦେଇ ଯାଇଥିବା ଚିରସ୍ରୋତା ସୁନା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ବୃଦ୍ଧା ମହିଳାଙ୍କ ମୃତ ଦେବ ଭାସୁଥିବା କିଛି ବସ୍ତିଲୋକ ଦେଖି ଯୋଡା ଥାନାକୁ ଖବର ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହଟିକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡଛି । ଖବର ଲେଖାଯିବା ପର୍ଯ୍ୟନ୍ତ ମହିଳା ଜଣଙ୍କର ପରିଚୟ ମିଳିପାରିନାହିଁ । ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.