Home ଜିଲ୍ଲା ପରିକ୍ରମା ୩୧ ଲକ୍ଷ ଟଙ୍କାର ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ କୋର୍ଟ ଚାଲାଣ

୩୧ ଲକ୍ଷ ଟଙ୍କାର ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ କୋର୍ଟ ଚାଲାଣ

37

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ପ୍ରାୟ ୩୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୩୧୬ ଗ୍ରାମ ବାଉନସୁଗାର ଜବତ କରାଯାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଦ୍ୱାରା ୧୬ନଂ ଜାତୀୟ ରାଜପଥ ଚରମ୍ପା-ଧାମରା ରେଳ ବ୍ରିଜ୍ ତଳ ରାସ୍ତାରେ ଏମଭିଆଇ ଏନଫୋର୍ସମେଣ୍ଟ ଚେକିଂ ଚାଲିଥିବାବେଳେ ସନ୍ଦେହରେ ବାଇକ୍ ଚାଳକଙ୍କୁ ଅଟକାଇଥିଲେ । ସେମାନଙ୍କ ଯାଞ୍ଚ କରିବା ସମୟରେ ତାଙ୍କ ପାଖରୁ ୩୧୬ ଗ୍ରାମର ବ୍ରାଉନ୍ ସୁଗାର, ନଗଦ ୪ ଶହ ଟଙ୍କା ଜବତ କରାଯାଇଛି । ଏମାନେ ବାଲେଶ୍ୱର ଜିଲା ଜଳେଶ୍ୱରରୁ ଏହି ବ୍ରାଉନସୁଗାର ନେଇ ଆସୁଥିଲେ । ଏମାନେ ହେଲେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବଉଳପୋଖରୀ ଗ୍ରାମନିବାସୀ କପିଳ ମଲ୍ଲିକ ଓରଫ ଲିପା (୨୨), ଧନେଶ୍ୱର ମଳିକ ଓରଫ ଧନିଆ (୨୬) ଓ ଯାଜପୁର ଜିଲା ବଡଚଣା ଥାନା ଅଧୀନସ୍ଥ ସୁଙ୍ଗୁଡା ଗ୍ରାମ ନିବାସୀ ଟୁନି ନାୟକ (୩୩) (ଯିଏ ଏବେ ଚଣ୍ଡିଖୋଲ ମିଲତ ନଗର ବସ୍ତି ବାସିନ୍ଦା) । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୧ ଲକ୍ଷରୁ ଉର୍ଦ୍ଧ୍ୱ ଅଟେ । ଏବଂ ଏହି ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଭଦ୍ରକର ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.