Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ର ୧୦ମ ଭଦ୍ରକ ଜିଲ୍ଲା ସମ୍ମିଳନୀ, ନରେନ୍ଦ୍ର ମୋଦି ଦେଶକୁ ବିକ୍ରି କରୁଛି, ନବୀନ...

ସିପିଆଇ(ଏମ୍‌) ର ୧୦ମ ଭଦ୍ରକ ଜିଲ୍ଲା ସମ୍ମିଳନୀ, ନରେନ୍ଦ୍ର ମୋଦି ଦେଶକୁ ବିକ୍ରି କରୁଛି, ନବୀନ ବାବୁ ନୀରବ ସମର୍ଥନ ଦେଉଛି – ଜନାର୍ଦ୍ଦନ ପତି

75

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ନେତୃତ୍ୱାଧୀନ ମୋଦି ସରକାର ଦେଶକୁ ପୁଞ୍ଜିପତିଙ୍କ ହାତରେ ଶାଗମାଛ ଦରରେ ବିକ୍ରି କରୁଥିବାବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନୀରବ ସମର୍ଥନ ଦେଉଛନ୍ତି ବୋଲି ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ର ୧୦ମ ଭଦ୍ରକ ଜିଲ୍ଲା ସମ୍ମିଳନୀ ଅବସରରେ ଓଡ଼ିଶା କମ୍ୟୁନିଷ୍ଟ ଆନ୍ଦୋଳନର ଭଗିରଥ ଭଗବତୀ ପାଣିଗ୍ରାହୀଙ୍କ ମୃତ୍ୟୁ ଦିବସରେ ଅନୁଷ୍ଠିତ ଏକ ଖୋଲା ସାନ୍ଧ୍ୟ ଅଧିବେଶନରେ ପାର୍ଟିର ରାଜ୍ୟ ନେତା ଜନାର୍ଦ୍ଦନ ପତି ନିଜ ବକ୍ତବ୍ୟରେ ତୀବ୍ର ସମାଲୋଚନା କରି କହିଛନ୍ତି । ସମ୍ମିଳନୀ ପୂର୍ବରୁ ଭଗବତୀ ପାଣିଗ୍ରାହୀଙ୍କ ମୃତ୍ୟୁ ଦିବସ ଉପଲକ୍ଷେ ଏକ ଲାଲ ପଟୁଆର ପାର୍ଟିର ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ରାଧା ଦାସ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ମଳୟ ଭୋଇ, ରବି ନାୟକ, ଅଭିନ୍ନ ରାୟ, ସେକ୍ କମର, ସେକ୍ କାଲୁ, ଶାନ୍ତିଲତା ନାୟକ, ବିକାଶ ନାଥ, ବିଷ୍ଣୁ ଦାଶ, ରମେଶ ସାହୁ, ଗୟାଧର ସାହୁଙ୍କ ନେତୃତ୍ୱରେ ସମଗ୍ର ସହର ପରିକ୍ରମା କରିବା ପରେ ପାର୍ଟିର ଲାଲ ପତାକା ଉତ୍ତୋଳନ କରିଥିଲେ ବରିଷ୍ଠ କମ୍ୟୁନିଷ୍ଟ ନେତା ନିରଂଜନ ପାଣି । ଏହାପରେ ସହୀଦ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ ପରେ ସନ୍ଧ୍ୟାରେ ଏକ ସାଧାରଣ ସଭା ପାର୍ଟିର ଜିଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପାର୍ଟିର ରାଜ୍ୟ ନେତା ଶ୍ରୀ ପତି ଲେଖକ ସନ୍ତୋଷ ଦାସଙ୍କ ଦୁଇଗୋଟି ପୁସ୍ତକ ‘ଭାରତର ସ୍ୱାଧୀନତା ସଂଗ୍ରାମ’ ଓ ‘ପୁଂଜିବାଦର ସାମ୍ରାଜ୍ୟ’ କୁ ଉନ୍ମୋଚନ କରିଥିଲେ । ଦେଶର ରାଜପଥ, ରେଳ ଓ ବ୍ୟାଙ୍କ ବିକ୍ରି କରି ଡିଜେଲ୍‌, ପେଟ୍ରୋଲ ଓ ଇନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି, କଳାକୃଷି ଆଇନ୍‌, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା ସହ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଏକ ହେବାକୁ ସନ୍ତୋଷ ଦାସ, ନିର୍ମଳ ନାୟକ, ତାପସୀ ପ୍ରହରାଜ ପ୍ରମୁଖ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.