Home ଜିଲ୍ଲା ପରିକ୍ରମା ବୋଟ୍‌ରେ ପଡିଲା ୫ଟନ ଇଲା ମାଛ

ବୋଟ୍‌ରେ ପଡିଲା ୫ଟନ ଇଲା ମାଛ

82

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଜେଟିରେ ଶହ ଶହ ଲୋକ । କିଏ ଜାଲରୁ ମାଛ କାଢିବା ପାଇଁ ବ୍ୟସ୍ତ ତ କିଏ ବହୁ ଦିନ ପରେ ଧାମରା ଜେଟିରେ ଏତେ ପରିମାଣରେ ମାଛ ଧରାପଡିଥିବା ଦେଖିବାକୁ ବ୍ୟସ୍ତ । ବୋଟରୁ ଜେଟି ପର୍ଯ୍ୟନ୍ତ ଲମ୍ବିଛି ଜାଲ ଆଉ ଜାଲରେ ଛନ୍ଦିହୋଇ ପଡିଛନ୍ତି ଇଲା ନାମକ ମାଛ । ଦେଖିବାକୁ ଅବିକଳ ଇଲିସ୍ ପରି । ଆକାରରେ ଛୋଟ ଦାମ ମଧ୍ୟ ୭୦ ରୁ ୧୦୦ ଟଙ୍କା ଭିତରେ । ଶହ ଶହ କୁଇଂଟାଲ ମାଛ ଧରା ପଡିଥିବା ବୋଟ ହେଉଛି କରଣପଲ୍ଲୀ ନିବାସୀ ବିକି ମଣ୍ଡଳଙ୍କ ଆଇ.ଏନ.ଡି ଓଆର ଜିରୋ ୱାନ ଏମଏମ-୫୪୪ ମା ଶିତଳା-୩୪ ନାମକ ଗିଲେଟିଙ୍ଗ ବୋଟ । ଗତକାଲି ଗଭୀର ସମୁଦ୍ରରେ ଫିସିଙ୍ଗ କରୁଥିବା ବେଳେ ଏହି ମାଛ ଚାପ ତାଙ୍କ ବୋଟରେ ଲାଗିଥିଲା । ମାଛର ପରିମାଣ ବହୁ ଅଧିକ ଥିବାରୁ ବା୍ମହୋଇ ବୋଟ ଚାଳକ ଜାଲକୁ ଅଧାରୁ କାଟି ସମୁଦ୍ରରେ ଭସାଇ ଦେଇଥିଲେ ଓ ଅବଶିଷ୍ଟ ମାଛକୁ ଧରି କୂଳକୁ ଫେରିଥିଲେ । ଆଜି ସକାଳ ସମୟରେ ବୋଟ ଧାମରା ମାଛ ଧରା ବନ୍ଦର ଜେଟିରେ ଲାଗିବା ବେଳେ ଜାଲରୁ ମାଛ କାଢିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ତେବେ ଏତେ ପରି ମାଣର ମାଛ ସିନା ଜାଲରେ ଧରା ହେଲେ ତେବେ ଏହି ମାଛର ବଜାର ମୂଲ୍ୟ ଅଧିକ ନ ଥିବାରୁ ଖର୍ଚ୍ଚ ତୁଳନାରେ ବୋଟ ମାଲିକ ବେଶିକିଛି ଲାଭ କରିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି । ଏହି ମାଛ ଧରା ହେବା ପରେ ପଶ୍ଚିମବଙ୍ଗ ଦିଘା କଂଟାକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଏତେ ପରିମାଣର ମାଛ ଧାମରା ଠାରେ ବିକ୍ରି ସମ୍ଭବ ନ ଥିବାରୁ ଏହାକୁ ପଶ୍ଚିମବଙ୍ଗ କଂଟାକୁ ପଠାଯାଉଛି ବୋଲି ବୋଟ ମାଲିକ ଶ୍ରୀ ମଣ୍ଡଳ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.