Home କୋରାପୁଟ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

26

କୋରାପୁଟ ୨୬-୦୩(ଓଡିଆ ପୁଅ /ରଂଜନ ଦାସ) ଲମତାପୁଟ ପୋଲିସ ଦ୍ୱାରା ବିପୁଳ ପରିମାଣର  ଗଞ୍ଜେଇ  ସହ ଏକ ଟ୍ରାକ୍ଟର ଜବତ କରା ଯାଇଛି । ତେବେ ଚୋରା ଗଞ୍ଜେଇ  ବେପାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ସହ ଟ୍ରାକ୍ଟର ଚାଳକ କୌଶଳ କ୍ରମେ ଫେରାର ହୋଇଥିବା ଜଣାପଡିଛି । ଗତକାଲି ରାତିରେ  ଓଡିଶା-ଆନ୍ଧ୍ର ସୀମାନ୍ତ ବାଙ୍ଗରୁପଡା  ଗ୍ରାମରୁ ଲମତାପୁଟକୁ  ଏକ ଟ୍ରାକ୍ଟର ଯୋଗେ   ଗଞ୍ଜେଇ  ଚାଲାଣ ହେଉଥିବା ସୂଚନା ଲମତାପୁଟ ପୋଲିସକୁ ମିଲିଥିଲା । ସୂଚନା ମୂତାବକ ଲମତାପୁଟ  ଫାଣ୍ଡି ଅଧିକାରୀ ଦୀଲିପ କୁମାର ପ୍ରଧାନ ଏବଂ ଅନ୍ୟମାନଙ୍କୁ ନେଇ ଗଠିତ  ଟିମ ବାଙ୍ଗରୁପଡା ଗସ୍ତ କରି  ଚଢାଉ କରିଥିବାବେଳେ ପୋଲିସକୁ ଦେଖି ଉଭୟ ଟ୍ରାକ୍ଟର ଡ୍ରାଇଭରଏବଂ ଚୋରା  ଗଞ୍ଜେଇ   ମାଫିଆ  ଫେରାର ହୋଇଯାଇଥିଲେ ।  ପୋଲିସ ଟିମ ଉକ୍ତ ଟ୍ରାକ୍ଟରକୁ  ଲମତାପୁଟ ଫାଣ୍ଡିକୁ ଆଣି ସେଥିରେ ଥିବା ଗଞ୍ଜେଇ  ଓଜନ କରିଥିଲେ । ଟ୍ରାକ୍ଟରରୁ ୩୮୭ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଏହାର ଆନୁମାନିକ  ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି  ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.