Home କୋରାପୁଟ ଭାରତ ବନ୍ଦର କୋରାପୁଟ ଜିଲ୍ଲାରେ ଆଂଶିକ ପ୍ରଭାବ

ଭାରତ ବନ୍ଦର କୋରାପୁଟ ଜିଲ୍ଲାରେ ଆଂଶିକ ପ୍ରଭାବ

21

କୋରାପୁଟ ୨୬-୦୩(ଓଡିଆ ପୁଅ /ରଂଜନ ଦାସ) ଭାରତୀୟ  ଜନତା ପାର୍ଟି  ନେତୃତ୍ୱାଧୀନ  କେନ୍ଦ୍ର ସରକାରର କୃଷକ ବିରୋଦ୍ଧି ନୀତିକୁ   ବିରୋଧ  କରି   ମିଳିତ କୃଷକ ମୋର୍ଚ୍ଚା   ଦ୍ୱାରା ଆହ୍ୱାନ କରାଯାଇଥିବା ଭାରତ ବନ୍ଦର ପ୍ରଭାବ କୋରାପୁଟ ଜିଲ୍ଲାରେ ଆଂଶିକ  ଦେଖିବାକୁ ମିଳିଛି । ଜିଲ୍ଲାରେ  ସମସ୍ତ ଯାନବାହାନ ଚଳାଚଳ ବନ୍ଦ  ଥିବାବେଳେ ସରକାରୀ ଅଫିସ ଓ ବ୍ୟାଙ୍କ ଖୋଲା  ରହିଥିଲା  ।  ବନ୍ଦକୁ ଜାତୀୟ କଂଗ୍ରେସ ଦଳ ସମର୍ଥନ କରୁଥିବାରୁ  ଜିଲ୍ଲା ସଦର ମହକୁମାରେ ଜିଲ୍ଲା କଂଗ୍ରେସ କମିଟି ବନ୍ଦରେ ସାମିଲ ହୋଇ  ଜାତୀୟ ରାଜପଥ ଅବରୋଦ୍ଧ  କରିଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି,କୋରାପୁଟ ବିଧାୟକ ପ୍ରାର୍ଥୀ  କଂଗ୍ରେସ ନେତା  କୃଷ୍ଣ କୁଳଦୀପ,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି,ସାଂସଦଙ୍କପ୍ରତିନିଧି ବାବୁଲା ବେନ୍ୟା,ଆଇଏନଟିୟୁସିର ଜିଲ୍ଲା ସଭାପତି ଭଗବାନ ବାହିନୀପତି, ବ୍ଲକ କଂଗ୍ରେସ ସଭାପତି ରମେଶ ବାଙ୍କିଆ,ନଗର ସଭାପତି ଜୟନ୍ତ କଚିମ ପ୍ରମୁଖ  ତେନ୍ତୁଳି ଗଛ ଟ୍ରାଫିକ ଛକ ନିକଟରେ ରାଜପଥ ଅବରୋଦ୍ଧ କରିବା ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ଆଇନକୁ ବିରୋଦ୍ଧ କରିଥିଲେ । ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାର ପୁଂଜିପତି ମାନଙ୍କ ସ୍ୱାର୍ଥ ପୂରଣରେ ସାଲିସ ହୋଇଥିବା ଅଭିଯୋଗ କରି  ନାଲକୋ,ବିଏସଏନଏଲର ଘରୋଇ କରଣ,ତୈଳଦର ବୃଦ୍ଧି,ଖାଉଟି ସାମଗ୍ରୀ ଦର ନିୟନ୍ତ୍ରଣରେ ବିଫଳ ପ୍ରସଙ୍ଗ ଉଠାଇ ସମାଲୋଚନା କରିଥିଲେ । କୋରାପୁଟ ଜିଲାର ପ୍ରମୁଖ ବ୍ୟବସାୟିକ ସହର ଜୟପୁର,ସେମିଲିଗୁଡା,କୋଟପାଡ,ଶିଳ୍ପ ନଗରୀ ଦାମନଯୋଡି ଓ କୋଟପାଡରେ ମଧ୍ୟ ବିଭିନ୍ନ ସଂଗଠନ ଦ୍ୱାରା ଆହ୍ୱାନ ଦିଆ ଯାଇଥିବା ଭାରତ ବନ୍ଦର ପ୍ରଭାବ ସାମାନ୍ୟ  ପ୍ରଭାବ ପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.