Home କୋରାପୁଟ ନନ୍ଦପୁର ସରପଂଚଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଂଚ ଶେଷ

ନନ୍ଦପୁର ସରପଂଚଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଂଚ ଶେଷ

61

କୋରାପୁଟ  ୨୬-୦୩(ଓଡିଆ ପୁଅ /ରଂଜନ ଦାସ ) ନନ୍ଦପୁର ସରପଂଚଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଂଚ ଶେଷ ହୋଇଥିବା ଜଣାପଡିଛି ।୧୫ ଦିନ ପରେ ଅନାସ୍ଥା ପାଇଁ ଭୋଟ ହେବ ବୋଲି ଜଣାପଡିଛି ।ଗତ ୮ ତାରିଖଦିନ ନନ୍ଦପୁର ପଂଚାୟତର ୯ ଜଣ ଓାର୍ଡ ସଭ୍ୟ ଓ ସଭ୍ୟାମାନେ ମିଳିତ ହୋଇ କୋରାପୁଟ ଉପଜିଲ୍ଲାପାଳ ଓ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ  ସରପଂଚଙ୍କ କାର୍ଯ୍ୟକଳାପରେ ଅସନ୍ତୋଷବ୍ୟକ୍ତ କରି ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ ।କୋରାପୁଟ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଭାରପ୍ରାପ୍ତ କୋରାପୁଟ ଉପଖଣ୍ଡ ପଂଚାୟତ ଅଧିକାରୀ ଏସ.ଭି.ଏସ.ଶର୍ମା ନନ୍ଦପୁର ପଂଚାୟତ କାର୍ଯ୍ୟାଳୟ ଆସି ଦସ୍ତଖତ ଯାଂଚ କରିଥିବା ଜଣାପଡିଛି ।ଆସନ୍ତା ୧୫ ଦିନ ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ଶର୍ମା ଓ ନନ୍ଦପୁର ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ବେଦାନ୍ତ କୁମାର ମାଝି ସୂଚନା ଦେଇଛନ୍ତି । ଉକ୍ତ ଦିନ ସମସ୍ତ ୧୮ ଜଣ ଓାର୍ଡ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ  ଭୋଟ ଗ୍ରହଣରେ ଭାଗ ନେବେ ଓ ଅନାସ୍ଥା ପ୍ରସ୍ତାବ କାଏମ ହେବା ନିମନ୍ତେ ୧୨ ଜଣ ସଦସ୍ୟଙ୍କ ଭୋଟ ଆବଶ୍ୟକ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.