Home ଅପରାଧ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ୍‌ ଦୁଇ ବଙ୍ଗାଳୀ ଯୁବକ ଗିରଫ

୩୦ କିଲୋଗ୍ରାମ ଗଞ୍ଜେଇ ଜବତ୍‌ ଦୁଇ ବଙ୍ଗାଳୀ ଯୁବକ ଗିରଫ

111

ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢ଼ଉ ହୋଇ ସିମୁଳିଆ ମଇତାପୁର ବସ୍ ଷ୍ଟାଣ୍ଡରୁ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ୍ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ଚନ୍ଦ୍ରଭୂଷଣ ରାୟଙ୍କ ପୁତ୍ର ବିଶାଲ ରାୟ(୨୧) ଓ କୃପାଶଙ୍କର ତିୱାରୀଙ୍କ ପୁତ୍ର ପୁନିତ୍ ଶଙ୍କର ତିୱାରୀ(୨୩)। ସେମାନେ ଭୁବନେଶ୍ୱରରୁ ବସ୍‌ରେ ଆସି ଜାତୀୟ ରାଜପଥର ସିମୁଳିଆ-ମଇତାପୁର ପୋଲ ବସ୍ ଷ୍ଟପେଜ୍‌ରେ ଓହ୍ଲାଇ ବାଲେଶ୍ୱର ଆସିବା ପାଇଁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ ପୋଲ ନିକଟରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ସେମାନେ ରଖିଥିବା ଗଞ୍ଜେଇ ପ୍ୟାକେଟ୍‌କୁ ଜବତ୍ କରିଥିଲେ। ଜବତ୍ ୩୦ କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଓ ଅନୁଗୁଳ ଅଞ୍ଚଳରୁ ଗଞ୍ଜେଇ ଆଣି ବାଲେଶ୍ୱର, ଭଦ୍ରକ ଓ ପଶ୍ଚିମବଙ୍ଗର ବେପାରୀମାନଙ୍କୁ ଦେଇଥା’ନ୍ତି ବୋଲି ଗିରଫ ଅଭିଯୁକ୍ତମାନେ ମାନିଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷେଧରି ସେମାନେ ଏହି ବେପାର କରି ଆସୁଥିଲେ ବୋଲି ଜଣାପଡ଼ିଛି। ତେବେ ଏନେଇ ଅବକାରୀ ବିଭାଗ ପକ୍ଷରୁ ୩୨/୨୦୨୦-୨୧ ନଂର ଏକ ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଇନ୍‌ସ୍ପେକ୍ଟର ଗାଲୁରାମ ସୋରେନ୍‌ଙ୍କ ନେତୃତ୍ୱରେ ହୋଇଥିବା ଆଜିର ଚଢ଼ଉରେ ଶେଖ୍ କଲିମ୍‌, ରଶ୍ମିରେଖା ପାତ୍ର, ଅଞ୍ଜନ କୁମାର ଜେନା, ପ୍ରହ୍ଲାଦ ବିଶ୍ୱାଳ, ସନ୍ତୋଷ କୁମାର ବେହେରା, ବିଦ୍ୟାଧର ବିନ୍ଧାଣୀ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.