Home ଜିଲ୍ଲା ପରିକ୍ରମା ରାହୁଳ ଗାନ୍ଧୀଙ୍କ ଜନ୍ମଦିବସରେ କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ରାହୁଳ ଗାନ୍ଧୀଙ୍କ ଜନ୍ମଦିବସରେ କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

119

ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ରାଷ୍ଟ୍ରୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ରୋଗୀପରିବାରଙ୍କୁ ମାସ୍କ ବଣ୍ଟନ କରାଯାଇଛି। ପିସିସିର ପୂର୍ବତନ ସଧାରଣ ସମ୍ପାଦକ ସଂଜୀବ ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବାଳେଶ୍ୱର ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, କୃଷ୍ଣଗୋପାଳ ପଣ୍ଡା, ଦେବଦତ୍ତ ଦାସ, ଗୋପୀନାଥ ପାଢ଼ୀ, ବାସନ୍ତି ସାମଲ, ବାସନ୍ତି ନାୟକ, ହେମଲତା ଦାସ, ପ୍ରତିମା ପଣ୍ଡା, ଜ୍ୟୋତ୍ସ୍ନା ସେନାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଡାକ୍ତରଖାନାରେ ପହଞ୍ଚି ରୋଗୀମାନଙ୍କୁ ଫଳ, ବିସ୍କୁଟ ବାଣ୍ଟିବା ସହ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ। କରୋନା ଭଳି ସଙ୍ଗୀନ ସ୍ଥିତିରେ ରାହୁଳ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ଜନ୍ମଦିବସକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଥିବା କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି। ଏନେଇ ସମଗ୍ର ଦେଶରେ ଗରିବ ଅସହାୟଙ୍କ ସମେତ ରୋଗୀଙ୍କୁ ସେବା ପ୍ରଦାନ କରାଯାଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଛି ବୋଲି ସେମାନେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.