Home ଜିଲ୍ଲା ପରିକ୍ରମା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

52

ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ପକ୍ଷରୁ ଗାଲୱାନ ଘାଟୀର ଚୀନ୍ ସେନାଙ୍କ ଆକ୍ରମଣରେ ସହିଦ ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ କୁଶାଲ ଚାଟାର୍ଜୀ, ବିଜୟ ଜେନା, କିରଣ ନାଥ, ମନୋରଂଜନ ମହାରଣା, ରାହୁଳ ନାୟକ, ସବ୍ୟସାଚୀ ପୃଷ୍ଟି, ଚିନ୍ମୟ ମହାନ୍ତି, ସାଜିତ୍ କାଦ୍ରୀ, ସୁନୀଲ ପଣ୍ଡା, ସୂରଜ ସାହୁ, ଜୀବନ ସଂଗ୍ରାମ ମିଶ୍ର, ନରୋତ୍ତମ ଦାସ ପ୍ରମୁଖ ବିସିଜେଡିର କର୍ମକର୍ତ୍ତାମାନେ ଯୋଗଦେଇ ଚୀନ୍ ସେନାଙ୍କ ବର୍ବୋରଚିତ ସଂଘର୍ଷକୁ ତୀବ୍ର ନିନ୍ଦା କରିଥିଲେ। ତେବେ ଭାରତକୁ ନିଜର ମାର୍କେଟ ବୋଲି ଭାବିଥିବା ଚୀନ୍‌କୁ ସମୁଚିତ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। ଚୀନ୍‌କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ପ୍ରତ୍ୟେକ ଭାରତୀୟ ଚାଇନା ସାମଗ୍ରୀ ବର୍ଜନ ନିମନ୍ତେ ଛାତ୍ର ନେତାମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସହିଦ୍ ଭାରତୀୟ ଯବାନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ନିରବ ପ୍ରାର୍ଥନା ମାଧ୍ୟମରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ସାହୁ, ଜଗତଜୀବନ ମହାନ୍ତି, ସମ୍ବିତ୍ ମହାନ୍ତି, ସାହାବାଜ୍ ଶେଖ୍‌, ଚିନ୍ମୟ ପରିଡ଼ା, ସାଗର ଦାସ, ସଂଗ୍ରାମ ଦାସ ପ୍ରମୁଖଙ୍କ ସମେତ ବିସିଜେଡିର ବହୁ ଛାତ୍ରନେତା ଏଥିରେ ଯୋଗଦେଇ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.