Home ଓଡ଼ିଶା ୩୦ରୁ ନୂଆଗାଁରୁ ପୁରୀ ଓ ଭୁବନେଶ୍ୱର ରେଳ ସେବା

୩୦ରୁ ନୂଆଗାଁରୁ ପୁରୀ ଓ ଭୁବନେଶ୍ୱର ରେଳ ସେବା

45

ନୟାଗଡ଼, ୨୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଚଳିତ ଜୁଲାଇ ମାସ ୧ତାରିଖ ଶ୍ରୀଗୁଣ୍ଡିଚାରୁ ନୂଆଗାଁରୁ ପୁରୀ ଓ ଭୁବନେଶ୍ୱର ରେଳ ଚାଲିବା ନେଇ ରେଳ ବିଭାଗ ଦ୍ୱାରା ସୂଚନା ପ୍ରଦାନ ପରେ ନୂଆଗାଁବାସୀଙ୍କ ବହୁ ଦିନର ଅପେକ୍ଷାର ଅନ୍ତଃ ଘଟିବା ସ୍ପଷ୍ଟ ହୋଇଯାଇଛି। ଯାହାକି ନୂଆଗାଁକୁ କେବେ ରେଳ ଗଡ଼ିବ ଗଡ଼ିବ ବୋଲି ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ଅବସାନ ଘଟିବାକୁ ଯାଉଛି। ଏହି ପରିପ୍ରେକ୍ଷିରେ ଜୁନ ୩୦ ତାରିଖରେ ରେଳମନ୍ତ୍ରୀଙ୍କ ନୟାଗଡ଼ ଜିଲ୍ଲାର ନୂଆଗାଁ ରେଳ ଷ୍ଟେସନ ଗସ୍ତ ସହ ପୁରୀ ପର୍ଯ୍ୟନ୍ତ ରେଳ ଚଳାଚଳ ସମ୍ପର୍କିତ ଘୋଷଣା କାର୍ଯ୍ୟକ୍ରମ ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱତନ୍ତ୍ର ରେଳ ଯୋଗେ ଭୁବନେଶ୍ୱରରୁ ବାହାରି ନୂଆଗାଁ ଷ୍ଟେସନରେ ଦିନ ୩ଟାରେ ପହଂଚି ରେଳ ଚଳାଚଳକୁ ଉଦ୍‌ଘାଟନ କରିବା ସହିତ ୪ଟାରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ନୂଆଗାଁରୁ ରେଳ ଚାଲିବା ନେଇ ଖବର ଜଣାପଡ଼ିବା ପରେ ନୂଆଗାଁବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.