Home ଓଡ଼ିଶା ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଭିନ୍ନଶୈଳୀରେ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଭିନ୍ନଶୈଳୀରେ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

147

ମାଲକାନଗିରି,୧୬ା୬ (ଓଡିଆ ପୁଅ ) ସଭ୍ୟଶିକ୍ଷିତ ସମାଜର କିଛିଲୋକ କେକ କାଟି ,ନୃତ୍ୟସଂଗୀତ ମାଧ୍ୟମରେ ଆଡମ୍ବର ସହକାରେ ବିବାହବାର୍ଷିକୀ ଉତ୍ସବ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ଦମ୍ପତି ଭିନ୍ନଶୈଳୀରେ ସେମାନଙ୍କ ବିବାହ ବାର୍ଷିକୀ ପାଳନକରିଛନ୍ତି । ଏହି ଦମ୍ପତି ବୃଦ୍ଧାଶ୍ରମକୁ ଯାଇ ସେଠାରେ କରୋନା ସଂପର୍କରେ ଜନସଚେତନତାର ବାର୍ତା ଦେଇ ଅନ୍ତେବାସୀଙ୍କୁ ରଜ ପିଠା ଖୁଆଇ ମାସ୍କ ପିନ୍ଧାଇ ବୃଦ୍ଧ ବୃଦ୍ଧାଙ୍କ ଠାରୁ ଆଶୀର୍ବାଦ ନେଇ ନିଜର ବିବାହ ବାର୍ଷିକୀ ପାଳନ କରିଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମା ୧୧୯ କୋଲନୀରେ ରହୁଥିବା ସମାଜସେବୀ ରତ୍ନାକରଦାଶ ତାଙ୍କର ୩୦ତମ ବିବାହ ବାର୍ଷିକୀ ଉପଲକ୍ଷେ କେକ ନ କାଟି ଭୋଜିଭାତ କିମ୍ବା ଆଡମ୍ବର ସହକାରେ ପାଳନ ନକରି କରୋନା ଲକଡାଉନ ସମୟରେ ଦୟନୀୟ ଭାବେ ଅସହାୟ ଅବସ୍ଥାରେ ଆଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ଭେଟିଥିଲେ । ମାଲକାନଗିରି ଜିଲ୍ଲସଦର ମହକୁମାସ୍ଥ ବୃଦ୍ଧାଶ୍ରମ କୁ ଶ୍ରୀ ଦାଶ ଓ ତାଙ୍କ ପତ୍ନୀ ଶ୍ରୀମତୀ ସୁଚିତ୍ରାଦାଶ ଯାଇ ସେଠାରେ ରହୁଥିବା ବୃଦ୍ଧ ବୃଦ୍ଧାଙ୍କୁ ଭେଟି ସିନଟାଇଜ ର ସାବୁନ ପ୍ରଦାନକରି କରୋନା ସଂପର୍କରେ ଜନସଚେତନତାର ବାର୍ତା ଦେଇ ମାସ୍କ ପିନ୍ଧାଇଦେଇଥିଲେ, ଲକଡାଉନ ନିୟମ ପାଳନ ସହ ସମାଜିକ ଦୂରତା ରକ୍ଷାକରି ଆଶ୍ରମର ଅନ୍ତେବାସୀଙ୍କ ସିହତ ଶେଷ ରଜ ପବ ର୍ ପାଳନ କରି ଖୁସିମନାଇଥିଲେ । ଦୀର୍ଘବର୍ଷ ହେଲା ଘର ଦ୍ୱାରା ଛାଡି ଅସହାୟ ଅବସ୍ଥାରେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିବା ଏହି ବୃଦ୍ଧ ଓ ବୃଦ୍ଧା ମାନେ ଘରୋଇ ପିଠାପଣା ଖାଇବାକୁ ପାଇପାରୁନଥିବାରୁ ଏହି ଦମ୍ପତି ସେମାନଙ୍କ ସହିତ ଆଜି ଶେଷ ରଜ ପବ ର୍ ପାଳନ କରି ସେମାନଙ୍କୁ ରଜ ପିଠା,ମିଠା ଓ ଜଳଖିଆ ପ୍ରଦାନ କରି ବୃଦ୍ଧ ବୃଦ୍ଧାଙ୍କ ଠାରୁ ବିବାହ ବାର୍ଷିକୀ ପାଇଁ ଆଶୀର୍ବାଦ ଗ୍ରହଣ କରିଥିଲେ । ନିଜ ବିବାହ ବାର୍ଷିକୀ ଉତ୍ସବ ପାଳନ ବଦଳରେ ଗରିବ ନିସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଭେଟି କରୋନା ସଂକ୍ରମଣ ଠାରୁ ସୁରକ୍ଷା ପାଇଁ ଜନସଚେତନତା ସହ ମାସ୍କ ପିନ୍ଧାଇ ସେମାନଙ୍କୁ ରଜ ପିଠା ଓ ଖାଦ୍ୟ ଦେଇ ସେମାନଙ୍କ ସହିତ ଖୁସିରେ ରଜ ପବ ର୍ ପାଳନ କରିଥିବା ଏହି ଦମ୍ପତିଙ୍କ ମହାନ କାର୍ଯ୍ୟ ଓ ମାନବିକତା ପାଇଁ ଆଶ୍ରମର ଅନ୍ତେବାସୀ ମାନେ ଖୁସିହୋଇ ଆଶୀର୍ବାଦ ଦେବାସହିତ ସହରବାସୀ ଭୁରି ଭୂରି ପ୍ରସଂଶା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.