Home ଓଡ଼ିଶା ସିଆଚିନରେ ବରଫ ଝଡ଼ : ବରଫରେ ଦବି ୪ ଯବାନଙ୍କ ସମେତ ୬ ଜଣଙ୍କର ମୃତ୍ୟୁ

ସିଆଚିନରେ ବରଫ ଝଡ଼ : ବରଫରେ ଦବି ୪ ଯବାନଙ୍କ ସମେତ ୬ ଜଣଙ୍କର ମୃତ୍ୟୁ

267

ନୂଆଦିଲ୍ଲୀ ୧୯-୧୧ (ଓଡ଼ିଆ ପୁଅ) : ସିଆଚିନରେ ଏବଲାଂଚ ଅର୍ଥାତ୍ ବରଫ ଝଡ଼ରେ ଚାରି ଜଣ ଯବାନଙ୍କ ସହିତ ଛଅଜଣଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ଯବାନ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସେନାର ଶ୍ରୀନଗର ସ୍ଥିତ ପ୍ରବକ୍ତା ରାଜେଶ କର୍ଣ୍ଣେଲଙ୍କ ମୁତାବକ, ସୋମବାରଦିନ ଦ୍ୱିପ୍ରହର ପ୍ରାୟତଃ ତିନଟା ସମୟରେ ସିଆଚିନ ଗ୍ଲାସିୟରର ଉତ୍ତର ସେକ୍ଟରରେ ପ୍ରାୟତଃ ୧୯ ହଜାର ଫୁଟର ଉଚ୍ଚତାରେ ବରଫ ଝଡ଼ ଆସିବାରୁ ସେଠାରେ ନିଯୁକ୍ତ ଆଠଜଣ ଯବାନ ଏହାର ପ୍ରଭାବରେ ଆସିଯାଇଥିଲେ। ଏହି ଯବାନମାନଙ୍କ ମଧ୍ୟରେ ଦୁଇଜଣ ସିଭିଲିଆନ ପୋର୍ଟର ମଧ୍ୟ ଥିଲେ। କୁହାଯାଉଛିଯେ, କି ଏମାନେ ସମସ୍ତ ଯବାନ ସେହି ସମୟରେ ପେଟ୍ରୋଲିଙ୍ଗରେ ଥିଲେ।‌ଏହି ଯବାନମାନେ ଡୋଗରା ରେଜିମେଣ୍ଟର ଥିଲେ।

ଝଡ଼ରେ ଫସିବାର ଖବର ମିଳିବା କ୍ଷଣି ନିକଟସ୍ଥ ଏକ ଚୌକୀରୁ ରେସ୍କ୍ୟୁ ଏବଂ ମେଡିକାଲ ଟିମକୁ ସେଠାକୁ ପଠାଯାଇଥିଲା। ସଂଧ୍ୟାରେ ସମସ୍ତ ଆଠ ଜବାନଙ୍କୁ ଏବଂ ପୋର୍ଟର୍ସଙ୍କୁ ସୁରକ୍ଷିତ ବରଫରୁ ଉଦ୍ଧାର କରାଯାଇଥିଲା ଏବଂ ହେଲିକ୍ୟାପ୍ଟରରେ ଲେହ ସ୍ଥିତ ମିଲିଟ୍ରୀ ହସ୍ପିଟାଲ ଅଣାଯାଇଥିଲା। କିନ୍ତୁ ‘ଏକ୍ସଟ୍ରୀମ ହାଇପୋଥର୍ମିୟା’ କାରଣରୁ ଚାରିଜଣ ଯବାନ ଏବଂ ଦୁଇଜଣ ପୋର୍ଟର୍ସଙ୍କର ମୃତ୍ୟୁ ହୋଇଯାଇଛି। ଦୁଇଜଣ ଯବାନ ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଅବସ୍ଥା ଗମ୍ଭୀର ଗୁରୁତର ଅଛି।‌

ସୂଚନାଯୋଗ୍ୟଯେ, ସିଆଚିନ ଗ୍ଲାସିୟର କେନ୍ଦ୍ର ଶାସିତ ପ୍ରଦେଶ, ଲଦ୍ଦାଖର ଭାଗ ଅଟେ ଏବଂ ଦୁନିଆର ସବୁଠାରୁ ଉଚ୍ଚା ରଣକ୍ଷେତ୍ର ମାନା ଯାଇଥାଏ। ୧୯୮୪ ରେ ଭାରତୀୟ ସେନା ଏହି ଗ୍ଲାସିୟରରେ ଅପରେଶନ ମେଘଦୂତ ପରେ ନିଜର ଅଧିକାର-କ୍ଷେତ୍ର କରି ନେଇଥିଲେ କାରଣ ପାକିସ୍ତାନର ଏହା ଉପରେ କବ୍ଜା କରିବାପାଇଁ ଇଚ୍ଛା ରଖିଥିଲା। ସେତେବେଳେ ଭାରତୀୟ ସୈନିକ ଏଠାରେ ଉପରେ ନିଯୁକ୍ତ ହୋଇଥିଲେ। ସିଆଚିନ ଗ୍ଲାସିୟର ଉପରେ ସବୁଠାରୁ ଉଚ୍ଚା ଶୃଙ୍ଗ ପ୍ରାୟତଃ ୨୪ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ସେନା ଏରିଆ ଥିବା ସିଆଚିନକୁ ଏବେ ପର୍ଯ୍ୟଟକମାନଙ୍କପାଇଁ ଖୋଲିବାକୁ ଘୋଷଣା କରାଯାଇଛି।

୨୦୧୬ ରେ ମଧ୍ୟ ସିଆଚିନର ନାର୍ଦନ ସେକ୍ଟରରେ ଏବଲାଂଚ ଆସିବାରୁ ୧୦ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ଜଣେ ହନୁମନ ଥପ୍ପା ଛଅ ଦିନ ପରେ ୩୫ ଫୁଟ ବରଫ ତଳେ ଜୀବିତ ଉଦ୍ଧାର ହୋଇଥିଲେ। କିନ୍ତୁ ପରେ ଦିଲ୍ଲୀର ଆରଆଣ୍ଡଆର ହସ୍ପିଟାଲରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସିଆଚିନ ଗ୍ଲାସିୟର ହିଁ ଭାରତଙ୍କର ଏକ ମାତ୍ର ଏମିତି ରଣକ୍ଷେତ୍ର ଯେଉଁଠାରେ ମୌସମରେ ହେଉଥିବା ମୃତ୍ୟୁ ପରେ ମଧ୍ୟ ଯବାନକୁ ‘କିଲ୍ଡ ଇନ୍ ଆକ୍ସନ’ (‘ବୀରଗତି’) ର ମାନ୍ୟତା ଦିଆଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.