Home କେନ୍ଦୁଝର ୩ଦଫା ଦାବିନେଇ ଆନନ୍ଦପୁର ବିକାଶ ପରିଷଦର ବୈଠକ

୩ଦଫା ଦାବିନେଇ ଆନନ୍ଦପୁର ବିକାଶ ପରିଷଦର ବୈଠକ

21

ହାଟଡ଼ିହି-୧୧ / ୩ , (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡକୁ ରେଲପଥ ସଂଯୋଗ, କେନ୍ଦୁଝରରେ ୨ୟବୃହତ ଇଷ୍ପାତ କାରଖାନା ପ୍ରତିଷ୍ଠା ଓ ଆନନ୍ଦପୁରରେ ମେଡିକାଲ କଲେଜ ପ୍ରଭୃତି ଦାବିନେଇ ଆନନ୍ଦପୁର ଉପଖଣ୍ଡର ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ରାଜନୈତିକ ଦଳର ନେତା ଓ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡର ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ଆନନ୍ଦପୁର ଅଞ୍ଚଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହା ଆଜି ଅବହେଳିତ ଓ ଏହି ଦାବି ଗୁଡିକ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦାବି ଗୁଡିକ ଯଥାର୍ଥ ଓ ଏଥିପ୍ରତି ଜନ ଆନ୍ଦୋଳନ ଲୋଡାବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଆସନ୍ତା ୨୧ତାରିଖ ଦିନ ଝାଡେଶ୍ୱର ମନ୍ଦିରରେ ପରବର୍ତ୍ତୀ ବୈଠକ କରାଯିବା ପାଇଁ ନିଷ୍ପତି ହେବାସହ ଏକ କୋର କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଉପଖଣ୍ଡର ସମସ୍ତ ଅଞ୍ଚଳରୁ ସଦସ୍ୟମାନଙ୍କୁ ରଖାଯାଇ ଦଳମତ ନିର୍ବିଶେଷରେ ଦାବି ହାସଲ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.