Home ଜିଲ୍ଲା ପରିକ୍ରମା ଓଡ଼ିଶା ପାଇଁ ଗୌରବ ଆଣିଲେ ଏନ୍‌ଡିଓ ଟପ୍ପର ରୋନିକ୍

ଓଡ଼ିଶା ପାଇଁ ଗୌରବ ଆଣିଲେ ଏନ୍‌ଡିଓ ଟପ୍ପର ରୋନିକ୍

32

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍‌ଡିଏ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜିଲାର ରୋନିତ ରଂଜନ ନାୟକ । ରୋନିତଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ଜଗନ୍ନାଥପୁର ପଂଚାୟତ ବଚ୍ଛଦା ଗ୍ରାମର ହୋଇଥିବା ବେଳେ ସେ ନିଜ ପରିବାର ସହିତ ଗୋଆରେ ରହୁଛନ୍ତି । ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରେ ପ୍ରାଥମିକ ଶିକ୍ଷା ଏବଂ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ । ମାଟ୍ରିକ୍ ପରେ ନିଜ କେରିୟର ପାଇଁ କୋଲାପୁର ଆର୍ମଡ ଫୋରସେସ ପ୍ରିପ୍ୟଟୋରି ଇନ୍‌ଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ । ରୋନିତଙ୍କ ବାପା ରଶ୍ମିରଂଜନ ନାୟକ ଗୋଆସ୍ଥିତ ନୌସେନା ବିମାନ ବନ୍ଦର ଆଇଏନଏସ ହଂସରେ ମାଷ୍ଟର ଚିଫ୍ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ରୋନିତ ପଢୁଥିବା ସଂସ୍ଥାନରୁ ଚଳିତବର୍ଷ ୪ ଜଣ ଛାତ୍ର ସଫଳ ହୋଇଛନ୍ତି । ଓଡ଼ିଶାର ରୋନିତ୍‌ଙ୍କ ସହ ଓଡ଼ିଶା କେନ୍ଦ୍ରାହପଡାହ ଜିଲା ପଟାମୁଣ୍ଡାଇ ବ୍ଲକ୍ ଆଇନପଡାର ଛାତ୍ର ଗୌରବ ନାଥ ମଧ୍ୟ ସଫଳ ହୋଇଛନ୍ତି । ରୋନିତଙ୍କ ପରିବାର ଏବେ ଗାଁରେ ନଥିଲେ ମଧ୍ୟ ରୋନିତଙ୍କ ଏହି ସଫଳତାକୁ ନେଇ ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । ନିଜ ପ୍ରତିକ୍ରିୟାରେ ରୋନିତ କହିଛନ୍ତି ଯେ ଯେହେତୁ ତାଙ୍କ ବାପା ଜଣେ ନାଭାଲ ଅଫିସର, ତାଙ୍କର ମଧ୍ୟ ଜଣେ ନାଭାଲରେ ଅଫିସ୍‌ର ହେବାକୁ ସ୍ୱପ୍ନ ଥିଲା, ଯାହାକି ସଫଳ ହୋଇପାରିଛି ବୋଲି କହିଛନ୍ତି । ଏଥିସହ ଓଡ଼ିଶାର ପିଲାମାନେ ବେଶ୍ ଦକ୍ଷତା ସଂପନ୍ନ ହୋଇଥିବା ଯୋଗୁଁ ଏନ୍‌ଡିଏ ପରୀକ୍ଷରେ ଅଧିକରୁ ଅଧିକ ପିଲା ସଫଳ ହୁଅନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.