Home ଓଡ଼ିଶା ହାଇୱା ଗାଡି ସହ ବୁଲେଟ୍ ଧକ୍କା ଏକ ମୃତ ଦୁଇ ଗୁରୁତର

ହାଇୱା ଗାଡି ସହ ବୁଲେଟ୍ ଧକ୍କା ଏକ ମୃତ ଦୁଇ ଗୁରୁତର

113

ନୟାଗଡ/୧୧/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ର ଚାନ୍ଦପୁର ରାଜସୁନାଖଳା ରାସ୍ତା ଓଭର ବ୍ରିଜ୍ ଶନି ମନ୍ଦିର ନିକଟରେ ଗତ ୧୦ ତାରିଖ ରାତ୍ରୀ ୯ ଘଟିକା ୪୫ ମିନିଟ୍ ସମୟରେ ଓ ଡି ୦୨ ବି କେ ୧୧୫୫ ନମ୍ବର ବିଶିଷ୍ଟ ଏକ ହାଇୱା ଗାଡି କୁ ଏକ ବୁଲେଟ୍ ଧକ୍କା ଦେଇଥିଲା । ବୁଲେଟ୍ ରେ ଆସୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ହେଉଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର । ଦୃଘଟଣା ପରେ ଲୋକ ମାନେ ୧୬ ନଂ ଜାତୀୟ ରାଜପଥ କୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ ।

ଘଟଣା ସ୍ଥଳ ରେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାଶ ଓ ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ପହଂଚି ଶବ ଜବତ କରିବା ସହ ହାଇୱା ଗାଡି କୁ ମଧ୍ୟ ଜବତ କରିଥିଲେ । ରାସ୍ତାରୋକ କରିଥିବା ଲୋକମାନଙ୍କୁ ବୁଝା ସୁଝା କରିବା ପରେ ରାତି ଗୋଟାଏ ବେଳ କୁ ରାସ୍ତାରୋକ ହଟିଥିଲା । ମୃତ ବୁଲୁ ପାଇକରାୟ ର ଜବତ ଶବ ୧୧ ତାରିଖ ସକାଳୁ ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟେବଛେଦ ପରେ ତାଙ୍କ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସମ୍ପୃକ୍ତ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି । ୧୬ ନଂ ଜାତୀୟ ରାଜପଥ କଡରେ ଅନେକ ନିଶା କାରବାର ଯୋଗୁଁ ବହୁବାର୍ ଦୃର୍ଘଟଣା ଘଟି ଧନ ଜୀବନ ହାନୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.