Home ଜିଲ୍ଲା ପରିକ୍ରମା ୩ଟି ସ୍ଥାନରେ ଅଣ୍ଡରପାସ୍ ପାଇଁ କର୍ତ୍ତୃପକ୍ଷଙ୍କ ସହ ସାଂସଦଙ୍କ ବୈଠକ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି...

୩ଟି ସ୍ଥାନରେ ଅଣ୍ଡରପାସ୍ ପାଇଁ କର୍ତ୍ତୃପକ୍ଷଙ୍କ ସହ ସାଂସଦଙ୍କ ବୈଠକ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ସାଂସଦ

67

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ଭଦ୍ରକର ୧୬ନଂ ଜାତୀୟ ରାଜପଥର ତ୍ରିଶଳପୁର ଛକ, ଚରମ୍ପା କଲେଜ ଛକ ଓ ଚରମ୍ପା ଆଇଟିଆଇ କେନାଲ ରୋଡ୍ ଛକ ଠାରେ ୩ଟି ଅଣ୍ଡରପାସ୍ ନିର୍ମାଣ ଓ ଭଦ୍ରକ ମେଡିକାଲରେ ଏକ ଅକ୍ସିଜାନ ପ୍ଲାଣ୍ଟ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି ସାଂସଦ ମଂଜୁଲତା ମଣ୍ଡଳ । ଏ ସଂପର୍କରେ ଆଜି ସାଂସଦଙ୍କ ଭଦ୍ରକ ବାଇପାସ୍ ସ୍ଥିତ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଅ।।ଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.