Home ଜିଲ୍ଲା ପରିକ୍ରମା ଢେଲାମାଡରେ ତହସିଲଦାରଙ୍କ ଗାଡିର କାଚ ଭାଙ୍ଗିଲା

ଢେଲାମାଡରେ ତହସିଲଦାରଙ୍କ ଗାଡିର କାଚ ଭାଙ୍ଗିଲା

73

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଲକଡାଉନ୍ ସମୟରେ ଖୋଲାଥିବା ଏକ ଦୋକାନ ସିଲ୍ କରିବାକୁ ଯାଇ ଏହି ଜିଲାର ବାସୁଦେବପୁର ତହସିଲଦାରଙ୍କ ଗାଡିର କାଚ ଭାଙ୍ଗିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଲକଡାଉନ୍ ସମୟରେ କେତେକ ଅମାନିଆ ନିୟମ ନମାନି ଦୋକାନ ଖୋଲିଥିବାର ଖବର ପାଇଥିଲେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ । ସେ ସେଠାରେ ପହଞ୍ôଚ ଲୁଗାଦୋକାନଟି ଖୋଲାଥିବାର ଦେଖି ତାକୁ ତାଗିଦ କରିବା ସହ ସିଲ୍ କରିଥିଲେ । ପରବର୍ତ୍ତୀ ସମୟରେ ସେ ନିଜ ଗାଡି ନିକଟକୁ ଫେରୁଥିବାବେଳେ କେତେକ ବ୍ୟକ୍ତି ତା ଉପରକୁ ଢେଲାମାଡ କରିଥିଲେ । ଫଳରେ ଗାଡିର ପଛପଟ କାଚ ଭାଙ୍ଗିଯାଇଥିଲା । ଏହି ଘଟଣାଟି ଘଟିଛି ବାସୁଦେବପୁର ତହସିଲ ଅନ୍ତର୍ଗତ କୁମାରପୁର ନୂଆପୋଖରୀ ଆଡିରେ । ଏ ନେଇ ତହସିଲଦାର ଶ୍ରୀ ପାଣିଗ୍ରାହୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.