Home କେନ୍ଦୁଝର ୩ଟି ବାଲିବୋଝେଇ ଟ୍ରାକ୍ଟର ଜବଦ, ୨୯ହଜାର ଜୋରିମାନା ଆଦାୟ

୩ଟି ବାଲିବୋଝେଇ ଟ୍ରାକ୍ଟର ଜବଦ, ୨୯ହଜାର ଜୋରିମାନା ଆଦାୟ

66

ହାଟଡ଼ିହି, ୨୫ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ପକ୍ଷରୁ ଆଜି ଜମ୍ଭରା ଓ କଳିଗାଁ ଛକ ନିକଟରୁ ତିନୋଟିି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରାଯାଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ବିଡିଓ ବିନିତା ବିଜୟନୀ ପେଟ୍ରୋଲିଂରେ ଯିବା ସମୟରେ କଳିଗାଁ ନିକଟରେ ଦୁଇଟି ଚୋରା ବାଲିବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ । ଟ୍ରାକ୍ଟର ଦୁଇଟି ବାଲିର ରୟଲଟି ପେପର ଦେଖାଇ ନପାରିବାରୁ ସେ ଗୁଡିକୁ ଜବଦ କରିଥିଲେ । ସେହିପରି ଜମ୍ଭରା ନିକଟରେ ମଧ୍ୟ ଗୋଟିଏ ବେଆଇନ ବାଲିବୋଝେଇ ଟ୍ରାକ୍ଟରକୁ ଜବଦ କରିଥିଲେ । ଏହିସବୁ ଟ୍ରାକ୍ଟର ନିକଟରୁ ମୋଟ ୨୯ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.