Home କେନ୍ଦୁଝର ନିୟମ ଉଲଙ୍ଘନ, ୩ଟି ଦୋକାନ ସିଲ କଲା ପ୍ରଶାସନ

ନିୟମ ଉଲଙ୍ଘନ, ୩ଟି ଦୋକାନ ସିଲ କଲା ପ୍ରଶାସନ

96

ହାଟଡ଼ିହି, ୨୫ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ବଜାରରେ ଥିବା ତିନୋଟି ଦୋକାନ କରୋନା କଟକଣା ନମାନିବାରୁ ପ୍ରଶାସନ ପକ୍ଷରୁ ଏହି ଦୋକାନ ଗୁଡିକୁ ୭ଦିନ ପାଇଁ ସିଲ କରାଯାଇଛି । ଖବରରୁ ଜଣାଯାଇଛି ଯେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବାବେଳେ ଆଜି ମରୈଗାଁ ଛକରେ କିଛି ବ୍ୟବସାୟୀ ଖୁଲାମଖୁଲା ଦିନ ଗୋଟାଏପରେ ସେମାନଙ୍କ ଦୋକାନ ଖୋଲି ବ୍ୟବସାୟ ଚଳାଇଥିଲେ । ଖବରପାଇ ହାଟଡିହି ବିଡିଓ ବିନିତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ନନ୍ଦିପଦା ଥାନା ପୁଲିସ ସହିତ ପହଞ୍ଚି ଦୋକାନ ଗୁଡିକୁ ସିଲ କରିଥିଲେ । ଏପରିକି ରାସ୍ତାରେ ଯାଉଥିବା ଅମାନିଆଙ୍କ ଠାରୁ ମଧ୍ୟ ୬ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.