Home କେନ୍ଦୁଝର ୩ଟି ଛୁଆର ବାପ ୨୨ବର୍ଷର ଟିଉସନ ସାରଙ୍କୁ ନେଇ ଚମ୍ପଟ

୩ଟି ଛୁଆର ବାପ ୨୨ବର୍ଷର ଟିଉସନ ସାରଙ୍କୁ ନେଇ ଚମ୍ପଟ

316

ହାଟଡ଼ିହି, ୨୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଜଣେ ୩ଟି ସନ୍ତାନର ବାପ ସେହି ଗାଁର ଜଣେ ୨୨ବର୍ଷର ଝିଅକୁ ନେଇ ଚମ୍ପଟ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଯେ ଚଷାଖଣ୍ଡ ଗ୍ରାମର ଶଙ୍କର୍ଷଣ ପାଗଳ(୪୦) ନାମକ ଜଣେ ବ୍ୟକ୍ତି ଗତ ୧୬ବର୍ଷ ପୁର୍ବେ ଗେଡମା ପଞ୍ଚାୟତ ସାହାପୁର ଗ୍ରାମରୁ ବିବାହ କରିଥିଲେ । ତାଙ୍କର ଏବେ ୩ଟି ସନ୍ତାନ ସନ୍ତତୀ ଅଛନ୍ତି । ତାଙ୍କ ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ସେହି ଗ୍ରାମର ଜଣେ ୨୨ବର୍ଷୀୟ ଯୁବତୀ ତାଙ୍କ ଘରକୁ ଯିବା ଆସିବା କରି ଛୁଆ ମାନଙ୍କୁ ଟିଉସନ କରନ୍ତି । ଛୁଆଙ୍କୁ ଟିଉସନ କରିବା ଭିତରେ ବାପା ଶଙ୍ଖର୍ଷଣ ସହିତ ସେହି ଯୁବତୀର ପ୍ରେମ ସମ୍ପର୍କ ଗଢ଼ିଉଠେ । ଏହାକୁ ନେଇ ସ୍ତ୍ରୀ ସହିତ ଝଗଡାଝାଟି ମଧ୍ୟ ହୁଏ । ଗତ ଦୁଇଦିନ ତଳେ ଶଙ୍କର୍ଷଣ ସେହି ଯୁବତୀକୁ ନେଇ କେଉଁଆଡେ ଚମ୍ପଟ ମାରିଥିଲା । ଶଙ୍କର୍ଷଣର ସ୍ତ୍ରୀ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଏନେଇ ଖୋଜାଖୋଜି କରି ରାମଚନ୍ଦ୍ରପୁର ଥାନା ଅତା ଗ୍ରାମରେ ରହିଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇବାପରେ କିଛି ଗାଁ ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ପରେ ରାତି ଦୁଇଟାବେଳେ ନନ୍ଦିପଦା ପୁଲିସ ସାଇଁକୁଳ ଫାଣ୍ଡି ପୁଲିସ ସହଯୋଗରେ ଚଢ଼ାଉକରି ଉଭୟଙ୍କୁ ଧରି ଥାନାକୁ ଆଣିଛନ୍ତି । ଶଙ୍କର୍ଷଣ ଭଦ୍ରକ ନୋଟାରୀରେ ଉକ୍ତ ଯୁବତୀକୁ ବିବାହ କରିଥିବା ପ୍ରକାଶ କରିଛି । କିଛି ଗ୍ରାମବାସୀ ଥାନାରେ ପହଞ୍ଚି ଏହାର ସମାଧାନ ପାଇଁ ପ୍ର୍ରୟାସ ଚଳାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.