Home କେନ୍ଦୁଝର ବାଇକକୁ ପିଟିଲା କାର, ଜଣେ ଗୁରୁତର

ବାଇକକୁ ପିଟିଲା କାର, ଜଣେ ଗୁରୁତର

416

ହାଟଡ଼ିହି, ୨୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଆନନ୍ଦପୁର-ଭଦ୍ରକ ରାସ୍ତାର ଶାସଙ୍ଗ ଛକ ନିକଟରେ ଆଜି ଅପରାହ୍ନରେ ଏକ କାର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଛେନାପଦିଛକରେ ଦୋକାନ କରୁଥିବା ଶଙ୍ଖୋ ଗ୍ରାମର ନିରାକାର ସାହୁ କୌଣସି ଏକ କାମରେ ବାଇକ ଯୋଗେ ଚୋରଗଡିଆ ଛକକୁ ଯାଇ ଫେରୁଥିବା ସମୟରେ ଶାସଙ୍ଗଛକ ନିକଟରେ ବରକନ୍ୟା ଧରି ଆସୁଥିବା ଓଡି୦୨ବିଡି ୧୪୫୫ ନମ୍ବର ବିଶିଷ୍ଟ କାରଟି ଧକ୍କା ଦେଇ ପଳାିଥିଲା । ଫଳରେ ନିରାକାର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ହାଟଡିହି ଦମକଳ ସହାୟତାରେ ନିରାକାର କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଏ ସମ୍ପର୍କରେ ଖବରପାଇ ନନ୍ଦିପଦା ପୁଲିସ ଗାଡିଟିକୁ ମରୈଗାଁ ଛକରେ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଚାଳକ ଗାଡିଟିକୁ ମରୈଗାଁ ଗାଁ ଭିତରକୁ ନେଇଯାଇ କାରଛାଡି ଦୌଡି ପଳାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.