Home କେନ୍ଦୁଝର ଗରିବ ହିତାଧିକାରୀ ଶୋଷଣର ଶୀକାର

ଗରିବ ହିତାଧିକାରୀ ଶୋଷଣର ଶୀକାର

111

ହାଟଡ଼ିହି, ୨୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲକରି ସେମାନଙ୍କୁ ମୌଳିକ ସେବା ଯୋଗାଇ ଦେଇ ସେମାନଙ୍କ ଆର୍ôଥକ ମାନଦଣ୍ଡକୁ ସୁଦୃଢ଼ କରିବାରେ ଯତ୍ନବାନ ଥିବାବେଳେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନାର ସଫଳ ରୁପାୟନ ହୋଇପାରୁ ନାହିଁ । ଯାହା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ଶଙ୍ଖୋ ଗ୍ରାମରେ । ଗ୍ରାମର ନବଘନ ଦାସ ଜଣେ ଜଣେ ଅନୁସୁଚିତ ଜାତିର ଲୋକ ହୋଇଥିବାବେଳେ ତାଙ୍କୁ ସରକାରଙ୍କ ଅନ୍ତର୍ଦ୍ଦୋୟ ଯୋଜନାରେ ପୁର୍ବରୁ ୩୫କିୋଲା ଚାଉଳ ଯୋଗାଇ ଦିଆଯାଉଥିଲା । ମାତ୍ର କୌଣସି କାରଣ ନଥାଇ ଗତ କିଛିବର୍ଷ ହେଲା ତାଙ୍କୁ ରେସନକାର୍ଡ ଯୋଗାଇ ଦିଆଯାଇ ମାତ୍ର ୫କିଲୋ ଚାଉଳ ଦିଆଯାଉଛି । ତାଙ୍କ ପରିବାରର ୪ଜଣ ସଦସ୍ୟ ଥିବାବେଳେ ୫କିଲୋ ଚାଉଳରେ ତାଙ୍କ ପରିବାରଟି ଚଳିବା କଷ୍ଟକର ହୋଇପଡୁଛି । ଏନେଇ ସେ ବାରମ୍ବାର ଅଭିଯୋଗ କରୁଥିଲେବି କେହି ତାଙ୍କ ଅଭିଯୋଗ ଶୁଣୁନଥିବା କହିଛନ୍ତି । ସେହିପରି ତାଙ୍କୁ ୨୦୧୯/୨୦ବର୍ଷରେ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଆଯାଇଥିବା ବେଳେ ତାଙ୍କୁ ପ୍ରଥମ କିସ୍ତି ଆକାରରେ ୨୦ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ନିୟମାନୁସାରେ ସେ ପ୍ଲିନ୍ଥ ଲେବୁଲ କରିବାପରେ ତାଙ୍କୁ ଦ୍ୱିତୀୟ କିସ୍ତି ଦେବାକୁ ôତବାସ୍ଥଳେ ସେ ଆବଶ୍ୟକ ଠାରୁ ଅଧିକ କାମ କରିଥିଲେବି ତାଙ୍କୁ ଦ୍ୱିତୀୟ କିସ୍ତି ଅନୁଦାନ ଦିଆଯାଉ ନାହିଁ । ଏନେଇ ସେ ବାରମ୍ବାର ବ୍ଳକ କର୍ତ୍ତୁପକ୍ଷଙ୍କୁ ଭେଟି ନିବେଦନ କରିଥିଲେବି ଦିଆଯିବ ଦିଆଯିବ ବୋଲି କହି ତାଙ୍କୁ ସମୟ ଗଡାଇ ଚାଲିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତୁରନ୍ତ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଗରିବ ଅସହାୟ ପରିବାରଟିକୁ ରେସନକାର୍ଡରେ ୪ଜଣଙ୍କୁ ସାମିଲ କରିବା ସହିତ ଘରର ଦ୍ୱିତୀୟ କିସ୍ତି ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ନଚେତ ସେ ବ୍ଲକ ସମ୍ମୁଖରେ ସପରିବାରେ ଅନସନରେ ବସିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.