Home ଓଡ଼ିଶା ୨ ହଜାରରୁ ଉର୍ଦ୍ଧ୍ୱ ଶିଶୁ ସ୍ୱର୍ଣ୍ଣପ୍ରାଶନ ବିନ୍ଦୁ ଖାଇଲେ

୨ ହଜାରରୁ ଉର୍ଦ୍ଧ୍ୱ ଶିଶୁ ସ୍ୱର୍ଣ୍ଣପ୍ରାଶନ ବିନ୍ଦୁ ଖାଇଲେ

64

ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜନ୍ମରୁ ୧୬ବର୍ଷର ଶିଶୁମାନଙ୍କୁ ସ୍ୱର୍ଣ୍ଣପ୍ରାଶନ ବିନ୍ଦୁ ଖାଇଥିଲେ। ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଏବଂ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା କରାଯଇଥିଲା। ଏହି କାର୍ଯ୍ୟକ୍ରମକୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ଶିଶୁ ମାନଙ୍କୁ ସ୍ୱର୍ଣ୍ଣ ପ୍ରାଶନ ବିନ୍ଦୁ ଖୁଆଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଦର୍ଶନ ବେହୋରା ସୂଚନା ଦେଇ କହିଲେ ଯେ ସ୍ୱର୍ଣ୍ଣ ପ୍ରାଶନର ମୁଖ୍ୟ ଉପଯୋଗିତା ହେଉଛି ସ୍ମରଣଶକ୍ତି, ଧାରଣଶକ୍ତି, ମେଧାଶକ୍ତି, ଓ ବୌଦ୍ଧିକ ବିକାଶ ଶରୀରରେ ସାଧାରଣ ପ୍ରତିରୋଧକ ଶକ୍ତି ବୃଦ୍ଧି ଯାହାଫଳରେ ଶିଶୁ ବାରମ୍ବାର ରୋଗାକ୍ରାନ୍ତ ହୋଇନଥାଏ। ଶରୀରର ଅନ୍ତର୍ନିହିତ ବଳର ବୃଦ୍ଧି ଓ ବିକାଶକ୍ରମକୁ ସଠିକ ସମୟରେ ସମନ୍ୱିତ କରିଥାଏ। ଏହା ଦ୍ୱାରା ମଧ୍ୟ ପାଚନ ଶକ୍ତିର ବୃଦ୍ଧି ହୋଇଥାଏ। ଶରୀରର କ୍ରାନ୍ତି ବୃଦ୍ଧି ହେବା ସହିତ ଠିକ୍ ସମୟରେ ପୌରୁଷ୍ୱତ ଓ ସ୍ତ୍ରୀତ୍ୱର ଜାଗ୍ରତ ହୋଇଥାଏ। ଏବଂ ଉତମ ବଳିଷ୍ଠ ବ୍ୟକ୍ତିତ୍ୱର ପରିପୃଷ୍ଟନ ହୋଇଥାଏ ବୋଲି ଡ଼ାକ୍ତର ବେହେରା ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସଂଚାଳନା ବିଭାଗ ମୁଖ୍ୟ ଡ଼ାକ୍ତର ସଂଗୀତା ପୃଷ୍ଟିଙ୍କ ତତ୍ୱାବଧାନରେ ଡ଼ାକ୍ତର ପଙ୍କଜିନୀ ପଣ୍ଡା, ଡ଼ାକ୍ତର ପ୍ରିୟଙ୍କା ପ୍ରିୟଦର୍ଶିନୀ ମେହେର, ଡ଼ାକ୍ତର ପ୍ରିୟଙ୍କା ଗିରି, ଡ଼ାକ୍ତର ନିରୋଜ କୁମାର ମିର୍ଦ୍ଧା, ଡ଼ାକ୍ତର ହେମନ୍ତ କୁମାର ପଟେଲ, ଡ଼ାକ୍ତର ବେଣୁଧର ମେହେର, ଡ଼ାକ୍ତର ନନ୍ଦିନୀ ପଟେଲ, ଡ଼ାକ୍ତର ଅନୁସୟା ଦେହୁରୀ ଓ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପୁରାତନ ଆୟୁର୍ବେଦିକ ଔଷଧ ଉତ୍ପାଦନସଂସ୍ଥା ଡ଼ାବର ଇଣ୍ଡିଆ ଲିମିଟେଡ଼ ଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ବିଦ୍ୟାଳୟର ଶିଶୁମାନଙ୍କୁ ଏହି ବଚନ୍ଦା ବଣ୍ଟନ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ାକ୍ତର ବେହେରା ସୂଚନା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୨ହଜାରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ସ୍ୱର୍ଣ୍ଣ ପ୍ରଶାନ ବୁନ୍ଦା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.