Home ଓଡ଼ିଶା ଆସୁଛି ଦିପାବଳୀ :ପ୍ରସ୍ତୁତ ଚାଳିଛି ଦିପାଳୀ :

ଆସୁଛି ଦିପାବଳୀ :ପ୍ରସ୍ତୁତ ଚାଳିଛି ଦିପାଳୀ :

128

ପୁରୀ, ୨୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଖରାରେ ଶୁଖୁଛି ମାଳମାଳ ଦୀପାଳୀ। ଧାଡ଼ି ଧାଡ଼ି ହୋଇ ପିଣ୍ଡାରେ ଥୁଆ ହୋଇଛି ମାଟିଦୀପ। ଏ ଦୃଶ୍ୟ ହେଉଛି କମ୍ଭରପଡ଼ାର। ଦୀପାବଳୀ ଆଉ ଦିନ କେଇଟା ବାକିଥିବା ବେଳେ କୁମ୍ଭକାର ପରିବାରର ସଦସ୍ୟମାନେ ଏବେ ଦୀପାଳୀ ନିର୍ମାଣରେ ବ୍ୟସ୍ତ ରହିଥିବା ଦେଖାଯାଇଛି। ଆଧୁନିକତାର ପ୍ରଭାବରେ ମଧ୍ୟ କୁମ୍ଭକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଦୀପର ଦୀପାବଳୀରେ ରହିଛି ସ୍ୱତନ୍ତ୍ର ମହତ୍ୱ। ଆଉ କିଛି ଦିନ ପରେ ପାଳିତ ହେବ ଦୀପାବଳୀ। ଆଲୋକର ଏହି ପର୍ବପାଳନ କରିବା ପାଇଁ ସମସ୍ତେ ଏବେ ବ୍ୟଗ୍ର। ଦୀପାବଳୀରେ ଦିପାବଳୀର ଆଲୋକରେ ଝଳସିବ ଅମାବାସ୍ୟାର ସଂଧ୍ୟା। ଅନ୍ଧାରକୁ ମାଡ଼ ଦେଇ ଦୀପାବଳୀର ସଂଧ୍ୟାରେ ଉଦ୍ଭାସିତ ହେବ ଦୀପାଳୀର ଆଲୋକ। ଏଥିପାଇଁ ଏବେ କୁମ୍ଭକାର ଘରେ ଚାଲିଛି ଦିପାଳୀ ପ୍ରସ୍ତୁତି। ବିଶେଷ ଭାବେ କୁମ୍ଭକାର ପରିବାରର ମହିଳାମାନେ ଏହି ଦିପାଳୀ ପ୍ରସ୍ତୁତ କରିଥାନ୍ତି। ଅବସର ସମୟରେ ମହିଳାମାନେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଦୀପାଳୀ ତିଆରି କରିଥାନ୍ତି। ଦୀପାବଳୀ ଦିନ କେଇଟା ବାକିଥିବା ବେଳେ ଏବେ ଦ୍ୱୀପ ପ୍ରସ୍ତୁତ କରାଯାଇ ଖରାରେ ଶୁଖାଯାଉଛି। ଯେଉଁଥିପାଇଁ ପିଣ୍ଡାରେ ଶୋଭାପାଉଛି ମାଳମାଳ ଦୀପ। ଖରାରେ ଦ୍ୱୀପ ଗୁଡ଼ିକ ଶୁଖିଯିବା ପରେ ସେଗୁଡ଼ିକୁ ପୋଡ଼ାଯାଇ ବିକ୍ରୟ ପାଇଁ ଉପଲବ୍ଧ କରାଯିବ ବୋଲି କହିଛନ୍ତି କୁମ୍ଭକାର ମହିଳା। ଚିକିଟାମାଟିରେ ପ୍ରାୟତଃ ଏହି ସବୁ ଦିପାଳୀ ପ୍ରସ୍ତୁତ କରାଯାଉଛି। ଦ୍ୱୀପ ଗୁଡ଼ିକର ନାମରେ ମଧ୍ୟ ବିବିଧତାର ରହିଛି। ଅଗାସିଆ, ବୁଲିଆ, ପଇସିକିଆ ଏବଂ ୫ ଟଙ୍କିଆ ଦ୍ୱୀପ ଶହକୁ ୭୦ଟଙ୍କା ହିସାବରେ ବିକ୍ରି କରାଯିବ। ତେବେ ବର୍ତମାନ ସମୟରେ ମାଟିର ଅଭାବ ଯୋଗୁଁ ଦୀପ ପ୍ରସ୍ତୁତିର ସମସ୍ୟା ଦେଖା ଦେଇଥିବା କହିଛନ୍ତି କୁମ୍ଭକାର। ଏହାଛଡ଼ା ବଜାରରେ ଚାଇନା ଦୀପର ପ୍ରବେଶ ତଥା ଅନ୍ୟସ୍ଥାନରୁ କମ୍ଭକାରମାନ ଦୀପ ଆଣି ପୁରୀରେ ବିକ୍ରି କରିବା ଯୋଗୁଁ କମ୍ଭକାରମାନଙ୍କ ହାତ ତିଆରି ଦୀପର ଚାହିଦା କମିବାରେ ଲାଗିଛି। ପରିଶ୍ରମର ଉଚିତ୍ ମୂଲ୍ୟ ମିଳୁନଥିବାରୁ ଅନେକ ଏବେ ଆଉ ଦୀପ ପ୍ରସ୍ତୁତ କରୁନଥିବା ବେଳେ କେବଳ କୌଳିକ ବୃତିକୁ ଆଦରି କେତକ ଅମାବାସ୍ୟା ଦୀପାଳୀ ପ୍ରସ୍ତୁତ କରୁଥିବା କହିଛନ୍ତି କୁମ୍ଭକାର। ତଥାପି ମଧ୍ୟ ରହିଛି କୁମ୍ଭକାର ଦୀପାଳୀର ସ୍ୱତନ୍ତ୍ରତା ଆଉ ୨/୩ ଦିନ ପରେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଦୀପାଳୀ। ଦୀପାଳୀର ଆଲୋକରେ ଝଲସିବ ଦାଣ୍ଡଦୁଆର ଅମାବାସ୍ୟାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.