Home କୋରାପୁଟ ୨ ବାଇକ ମୁହାଁମୁହିଁ ଧକ୍କା , ୩ ଗୁରୁତର ଓ ଜଣେ ମୃତ

୨ ବାଇକ ମୁହାଁମୁହିଁ ଧକ୍କା , ୩ ଗୁରୁତର ଓ ଜଣେ ମୃତ

94

କୋରାପୁଟ ; ତା୧୯-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଓଭରବ୍ରିଜ ନିକଟରେ ଆଜି ରାତ୍ରୀରେ ୨ ବାଇକ ମୁହାଁମୁହିଁ ଧକ୍କା ହେବ ଫଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ବ୍ୟକ୍ତି କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି ।ଧନ ହରିଜନ ଓ ମାନସି ଏକ ମଟରସାଇକେଲ ଯୋଗେ ଓଏସଏପି ଦୁର୍ଗାପୂଜା ଦେଖିବାକୁ ଯାଉଥିବା ସାମନାପଟୁ ଏକ ମଟର ସାଇକେଲ ଧକ୍କା ଦେଇଥିଲା ।ଘଟଣାସ୍ଥଳରେ ଆହତମାନେ ପଡି ରହିଥିବା ବେଳେ କିଛି ଯୁବକ ଆହତମାନଙ୍କୁ ୨ ଟି ଅଟୋରିକ୍ସାରେ କୋରାପୁଟ ଡାକ୍ତରଖାନାକୁ ଆଣିଥିଲେ ।ଚିକିସôାଧିନ ଅବସ୍ଥାରେ ଧନ ହରିଜନଙ୍କ କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା ।ଅନ୍ୟ ୨ ଜଣ ସେମିଲିଗୁଡାର ବୋଲି ଜଣାପଡିଥିବା ବେଳେ ୩ ଜଣ ଗୁରୁତର ଆହତମାନେ ଏବେ କୋରାପୁଟ ଡାକ୍ତରଖାନାର ସର୍ଜରୀ ଓାର୍ଡରେ ରଖାଯାଇ ଚିକିସôା କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.