Home ଜିଲ୍ଲା ପରିକ୍ରମା ୨ ବର୍ଷରୁ ଉର୍ଦ୍ଧ୍ୱ କାରାବାସ ପରେ ନ୍ୟାୟ ପାଇଲେ ନିରିହା କଲ୍ୟାଣୀ

୨ ବର୍ଷରୁ ଉର୍ଦ୍ଧ୍ୱ କାରାବାସ ପରେ ନ୍ୟାୟ ପାଇଲେ ନିରିହା କଲ୍ୟାଣୀ

29

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ ମାଦକ ଦ୍ରବ୍ୟ ରଖିଥିବା ଅପରାଧରେ ଗିରଫ ହୋଇ ୨ ବର୍ଷରୁ ଅଧିକ କାରାଜୀବନ କଟାଉଥିବା ଆସାମୀ କଲ୍ୟାଣୀ ମଳିକଙ୍କୁ ଭଦ୍ରକର ଜିଲ୍ଲା ଜଜ୍ ତଥା ଏନ୍‌.ଡି.ପି.ଏସ୍‌. ଆଇନ୍‌ର ସ୍ୱତନ୍ତ୍ର ବିଚାରପତି ମାନ୍ୟବର ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଆଜି ତାଙ୍କୁ ଖଲାସ କରିଛନ୍ତି। ପ୍ରକାଶ ଥାଉକି ଗତ ତା ୨୦.୦୨.୨୦୨୦ ରିଖ ଦିବା ୧୧.୫୦ ମିନିଟରେ କଟକର ଅବକାରୀ ଗୋଇନ୍ଦା ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ଚରମ୍ପା ବଉଳପୋଖରୀର ଜନୈକ ମହିଳା କଲ୍ୟାଣୀ ମଳିକ, ସ୍ୱାମୀ- ରବିନ୍ଦ୍ର ମଳିକକୁ ବେଆଇନ୍ ବ୍ରାଉନସୁଗାର କାରବାର ଅପରାଧରେ ଏନ.ଡି.ପି.ଏସ୍‌. ଆଇନର ଧାରା ୨୧ (ଖ)ରେ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲେ। ତାଙ୍କର ସ୍ପେଶାଲ କେସ୍ ନଂ. ୩୩/୨୦୨୦ ମକଦ୍ଦମାରେ ଜାମିନ୍ ନାମଞ୍ଜୁର ହୋଇଥିଲା। ତଳ କୋର୍ଟର ନିର୍ଦ୍ଦେଶ ବିରୁଦ୍ଧରେ ଆସାମୀ କଲ୍ୟାଣୀର ପୁନଃ ଜାମିନ୍ ଆବେଦନ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହେବା ପରେ, ଆସାମୀ କଲ୍ୟାଣୀ ବିଚାରଧିନ ବନ୍ଦୀ ଭାବରେ ଭଦ୍ରକ ସବ୍ ଜେଲ ଓ ପରେ ସୋର କାରାଗାରରେ ରହି ବିଚାରର ସମ୍ମୁଖୀନ ହୋଇଥିଲେ। ଆଜି ମାନ୍ୟବର ଜିଲ୍ଲା ଜଜ୍ ଉକ୍ତ ମକଦ୍ଦମାକୁ ବିଚାର କରି ଅନ୍ତିମ ରାୟ ପ୍ରକାଶ କରିଛନ୍ତି। ଆସାମୀ କଲ୍ୟାଣୀଙ୍କ ତରଫରୁ ଆଇନ୍‌ଜୀବୀ ପ୍ରଫୁଲ୍ଲ କୁମାର ସାମଲ ଲଢୁଥିବା ବେଳେ ସରକାରଙ୍କ ତରଫରୁ ଏନ୍‌.ଡି.ପି.ଏସ୍‌. ଆଇନ୍‌ରେ ସ୍ୱତନ୍ତ୍ର ସରକାରୀ ଓକିଲ ଶ୍ରୀ ପବନ ଶର୍ମା ମକଦ୍ଦମା ପରିଚାଳନା କରୁଥିଲେ। ଆସାମୀ କଲ୍ୟାଣୀଙ୍କ ଓକିଲ ଶ୍ରୀ ସାମଲଙ୍କ ବଳିଷ୍ଟ ଯୁକ୍ତିକୁ ଗ୍ରହଣ କରି ଭଦ୍ରକର ମାନ୍ୟବର ଜିଲ୍ଲା ଜଜ୍ ପ୍ରମାଣ ଅଭାବରୁ ଆସାମୀଙ୍କୁ ଦୋଶମୁକ୍ତ କରି, ଖଲାସ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.