Home ଜିଲ୍ଲା ପରିକ୍ରମା ଧାମରାରେ ଜଳ ସମ୍ପଦ ବିଭାଗ, କଲଭର୍ଟ ନିର୍ମାଣ କରିବାକୁ ଦାବି

ଧାମରାରେ ଜଳ ସମ୍ପଦ ବିଭାଗ, କଲଭର୍ଟ ନିର୍ମାଣ କରିବାକୁ ଦାବି

25

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧାମରା ରେ ଥିବା ଏକ କଲଭର୍ଟ ପୁନଃ ନିର୍ମାଣ କରିବାକୁ ଅଂଚଳବାସୀ ଜଳସମ୍ପଦ ବିଭାଗ ପାଖରେ ଦାବି ଜଣାଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରାଇ ମନ୍ଦିର ନିକଟରେ ଜଳସମ୍ପଦ ବିଭାଗର ଏକ କଲଭର୍ଟ ଅଛି। ସେହି କଲଭର୍ଟ ଅତ୍ୟନ୍ତ ପୁରୁଣା ହୋଇ ଯାଇଥିବା ବେେଳେ ସେହି କଲଭର୍ଟ ଦେଇ ସବୁ ସମୟରେ ଲୁଣା ପାଣି ଆସି ଧାମରା ମନ୍ଦିର ନିକଟରେ ଥିବା ପଡିଆ ଟି ସଂପୂର୍ଣ ଜଳମଗ୍ନ ହୋଇ ଯାଉଥିବା ବେଳେ ମନ୍ଦିର ନିକଟକୁ ମଧ୍ୟ ଏହି ଲୁଣା ପାଣି ମାଡି ଆସୁଛି। ବର୍ଷର ଅଧିକାଂଶ ସମୟ ଏହି ପଡିଆ ଜଳମଗ୍ନ ହେଉଥିବା କଥା ଅଭିଯୋଗ ହୋଇଥିଲେ ମଧ୍ୟ ବାସୁଦେବପୁର ଜଳସମ୍ପଦ ବିଭାଗ ଏଥି ପ୍ରତି ନଜର ଦେଉ ନଥିବା ଜଣାଯାଇଛି। ଏହାଫଳରେ ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ମନ୍ଦିରକୁ ଆସୁଥିବା ବିଭିନ୍ନ ଅଂଚଳରୁ ବହୁ ଭକ୍ତ ଏବଂ ଭକ୍ତା ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ମନ୍ଦିରକୁ ଆସୁଥିବା ଜନତା ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟ ବୁଲି ଦେଖିବାରେ ସଫଳ ହୋଇ ପାରୁ ନାହାନ୍ତି। ତୁରନ୍ତ ଏହି କଳଭର୍ଟକୁ ସ୍ଲୁଇସ ଗେଟ ରେ ପରିଣତ କରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି। ଏହି ଅଭିଯୋଗକୁ ଧାମରା ମନ୍ଦିର ତଥା ମକରମେଳା କମିଟି ତରଫରୁ ବାଲେଶ୍ୱର ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତୀ, କାର୍ଯ୍ୟନିର୍ବାହୀ ଯନ୍ତୀ ବାସୁଦେବପୁର ଠାରେ ଥିବା ଉପଖଣ୍ଡ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତୁରନ୍ତ ଏହି କଲଭର୍ଟକୁ ସ୍ଲୁଇସ ଗେଟରେ ପରିଣତ କରିବା ସହ ନୂତନ ଭାବେ ନିର୍ମାଣ କରାଗଲେ ଏହି ଅଂଚଳ ଅଧିକ ସୌନ୍ଦର୍ଯ୍ୟ କରଣ ହେବା ସହ ଧାମରାଇ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ମଧ୍ୟ ହୋଇ ପାରିବ ବୋଲି ଧମରାଇ ମନ୍ଦିର କମିଟିର ଶରତ କୁମାର ଦଳେଇ, ପ୍ରକାଶ ତରାଇ, ନିତ୍ୟାନନ୍ଦ ବେହେରା ପ୍ରମୁଖ ନିଜର ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.