Home ଓଡ଼ିଶା ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

30

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଦଇପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଉମାଶଙ୍କର ପଣ୍ଡାଙ୍କର ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ରାତି ପ୍ରାୟ ୧୨.୩୦ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ ଖାଇପିଇ ଶୋଇଥିବାବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକମାନଙ୍କ ଆଖି ସାମନାରେ ଚାହୁଁ ଚାହୁଁ ଘରଟି ସଂପୂର୍ଣ୍ଣ ଭାବେ ଜଳିଯାଉଥିବାବେଳେ ସ୍ଥାନୀୟ ଲୋକେ ଉଦ୍ୟମ କରି ମଧ୍ୟ ତାକୁ ବଂଚାଇ ପାରିନଥିଲେ। ଖବର ପାଇ ଭଦ୍ରକର ସହୀଦ ଭଗତ ସେନାର ଏକ ପ୍ରତିନିଧି ଦଳ ପୀଡିତାଙ୍କ ନିକଟରେ ପହଞ୍ôଚ ପାଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛି। ପ୍ରଶାସନ ପକ୍ଷରୁ ଏହି ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.