Home ଓଡ଼ିଶା ୨୯ ପ୍ରବାସୀ ଓଡିଆ ନରସିଂହପୁର ସଙ୍ଗ ନିରୋଧ କେନ୍ଦ୍ରରେ

୨୯ ପ୍ରବାସୀ ଓଡିଆ ନରସିଂହପୁର ସଙ୍ଗ ନିରୋଧ କେନ୍ଦ୍ରରେ

348

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୫-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ପ୍ରବାସୀ ଓଡିଆ ବସ୍ ଯୋଗେ ସୁରତ୍ ରୁ ଆସି ମେ ୨ ତାରିଖ ସଂଧ୍ୟାରେ ପହଁଚିଥିବା ଜଣା ପଡଛି । ରଣପୁର ବିଡିଓ ପଂଚାନନ ପଟ୍ଟାୟତ, ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ, ଓ ରଣପୁର ଥାନା ଇନିସ୍‌ପେକ୍ଟର ସୁରତ୍ ରୁ ଫେରିଥିବା ରଣପୁର ବ୍ଲକ୍ ଅଂଚଳର ପ୍ରବାସୀ ଓଡିଆଙ୍କୁ ନରସିଂହପୁର ପଂଚାୟତ ସଙ୍ଗ ନିରୋଧ କେନ୍ଦ୍ରରେ ରଖିଥିବା ଜଣା ପଡିଛି ।

ସେ ମଧ୍ୟରେ ୪ ଜଣ ମହିଳା, ୨୩ ଜଣ ପୁରୁଷ,  ଓ ୨ ଜଣ ଶିଶୁ ଥିବା ଜଣା ପଡିଛି । ସଙ୍ଗ ନିରୋଧ କେନ୍ଦ୍ରର ଦେଖାଶୁଣା କରୁଥିବା ନରସିଂହପୁର  ସରପଂଚ ନିତ୍ୟାନନ୍ଦ ପରିଡା କୁହନ୍ତି ସରକାରୀ ନିର୍ଦ୍ଧେନାମା ଅନୁଯାୟୀ ସଙ୍ଗ ନିରୋଧ କେନ୍ଦ୍ରରେ ସମସ୍ତ ସହାୟତା ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଅଛି । ଡାକ୍ତରୀ ଟିମ୍ ପହଁଚି ସମସ୍ତଙ୍କୁ ପରୀକ୍ଷା ନିରୀକ୍ଷା କଲା ପରେ ସ୍ୱାବ୍ ଟେଷ୍ଟ ର ବନ୍ଦୋବସ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.