Home ଅପରାଧ କେରଳ ମାରାଙ୍ଗାଟୁ ପ୍ଲାଏଉଡ କମ୍ପାନୀର ଜୁଲୁମ୍, ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ

କେରଳ ମାରାଙ୍ଗାଟୁ ପ୍ଲାଏଉଡ କମ୍ପାନୀର ଜୁଲୁମ୍, ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ

397

ହରିଚନ୍ଦନପୁର, ତା ୦୩ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କରୋନା ଲକ୍ ଡାଉନ୍ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର, କଟକ, କେନ୍ଦ୍ରାପଡା ଜିଲ୍ଲାର କିଛି ଶ୍ରମିକ କାର୍ଯ୍ୟ ପାଇଁ କେରଳ ଯାଇଥିବା ଜଣାପଡିଛି । ହେଲେ ସାରା ଦେଶରେ ଦିର୍ଘଦିନ ହେବ ଲକ୍ ଡାଉନ୍ ରହିଥିବା ବେଳେ ବର୍ତ୍ତମାନ ସେଠାରେ ସେମାନଙ୍କୁ ଖାଇବା ଓ ରହିବା ଅସୁବିଧା ହେଉଛି । ଏଥିସହ ଏବେ ନିଜ ଜନ୍ମ ସ୍ଥାନକୁ ଫେରିବା ପାଇଁ ଶ୍ରମିକମାନେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩୦ଜଣ ଶ୍ରମିକ କେରଳ ରାଜ୍ୟର ଏନାକୁଲମ୍ ଜିଲ୍ଲା ଅନ୍ତର୍ଗତ ମୁଲ୍ଲାବୁର ନିକଟରେ ଥିବା ମାରାଙ୍ଗାଟୁ ପ୍ଲାଏଉଡ ନାମକ କମ୍ପାନୀରେ କାମ କରିବା ପାଇଁ କେରଳ ଯାଇଥିଲେ । କିନ୍ତୁ ଲକ୍ ଡାଉନ୍ ଚାଲିଥିବାରୁ ବର୍ତ୍ତମାନ ସେମାନଙ୍କର ଖାଇବା ,ପିଇବା ଓ ରହିବା କଥା କମ୍ପାନୀର ମାଲିକ କିଛି ବୁଝୁ ନାହାନ୍ତି । ଏଥିସହ ଘରକୁ ଫେରିବାକୁ କହିଲେ କମ୍ପାନୀ ମାଲିକ ଘରକୁ ଯିବାକୁ ଦେଉନାହିଁ । କାମ କରିଥିବା ପାରିଶ୍ରମିକ ଟଙ୍କା ନଦେଇ ଗେଟରେ ତାଲା ପକାଇ ଧମକ ଚମକ ଦେଇଥିବା ଭିଡିଓ ଉତ୍ତୋଳନ କରି ପରିବାର ଲୋକଙ୍କୁ ପଠାଇଛନ୍ତି । ଏଥିସହ ସେମାନଙ୍କ ପାଖରେ ଏବେ ଟଙ୍କା ନଥିବା କାରଣରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଠାରେ ଫସି ରହିଥିବା ୩୦ଜଣ ଦାଦନ ଶ୍ରମିକମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ପିଠାଗୋଳା ଗ୍ରାମପଞ୍ଚାୟତର ୬ଜଣ, ବଡପଳାଶପାଳ ପଞ୍ଚାୟତର ୮ଜଣ, ଭଅଁରପୁର ପଞ୍ଚାୟତର ଜଣେ, ସୁନାପେଣ୍ଠ ପଞ୍ଚାୟତର ଜଣେ, ତେଲକୋଇ ବ୍ଲକର ୫ଜଣ, ଘଟଗାଁ ବ୍ଲକ ଜଣେ ରହିଛନ୍ତି । ସେହିପରି କଟକ ଜିଲ୍ଲା ନରସିଂହ ବ୍ଲକର ଜଣେ, କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକର ୫ଜଣ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି । ସମସ୍ତ ଶ୍ରମିକ ଘରକୁ ଆସିବାକୁ ନାମ ପଞ୍ଜିକରଣ କରିଥିବା ବେଳେ କମ୍ପାନୀର ମାଲିକ ପଇସା ନଦେଇ ଧମକ ଚମକ ଦେଇ ଗେଟରେ ତାଲା ପକାଇବା ଭଳି ଅମାନବୀୟ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହେଇଛି । ସେଠାରେ ଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ପରିବାର ତଥା ଏଅଞ୍ଚଳର ବୁଦ୍ଧିଜୀବି କେନ୍ଦ୍ର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.