Home ଓଡ଼ିଶା ମୋହନା ପୋଲିସର ବଡ଼ ସଫଳତା, ୪୮ଘଣ୍ଟା ମଧ୍ୟରେ ୩ ଚୋର ଗିରଫ, କମ୍ପ୍ୟୁଟର ସମେତ ୧୮ଟି...

ମୋହନା ପୋଲିସର ବଡ଼ ସଫଳତା, ୪୮ଘଣ୍ଟା ମଧ୍ୟରେ ୩ ଚୋର ଗିରଫ, କମ୍ପ୍ୟୁଟର ସମେତ ୧୮ଟି ମୋବାଇଲ ଜବତ

400

ମୋହନା, ୦୩/୦୫ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ରେ ଗତ ୩୦ ତାରିଖରେ ହୋଇଥିବା ଚୋରି ଘଟଣାର ଆଜି ମୋହନା ପୋଲିସ ପର‌ଦା‌ଫାସ କରିଛି। ଏସ.ଡି.ପି.ଓ ଅଶୋକ କୁମାର ମହାନ୍ତିଙ୍କ ସୂଚନା ମୁତାବକ ମୋହନା ଥାନା ଅଧିକାରୀ ସୁଜିତ ନାୟକଙ୍କ ତତ୍ୱାବଧାନରେ ମୋହନା ପୋଲିସ ଟିମ ଘଟଣାର ଖୋଳତାଡ଼ କରି ତିନି ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚାନ୍ଦିପୁଟ ଗ୍ରାମର ଅନିଲ ମହାପାତ୍ର (୧୯), ସୁଦର୍ଶନ ମହାଙ୍କୁଡ(୨୧) ଓ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋନପୁର ଗ୍ରାମର ରାଜା ବେହେରା (୧୯)। ପୋଲିସ ର ସୂଚନା ମୁତାବକ ଗତ ୩୦ତାରିଖ ରାତିରେ ଲକ୍ ଡାଉନ ସମୟରେ ଚାନ୍ଦିପୁଟ ଗ୍ରାମ ସୁନସାନ ହୋଇଯିବା ପରେ ଏହି ତିନି ଜଣ ମିସି ଚାନ୍ଦିପୁଟ ବଜାର ସ୍ଥିତ ଗଣେଶ ଗୈଡଙ୍କ ମୋବାଇଲ ଦୋକାନରୁ ସ୍ମାର୍ଟ ଫୋନ, କିପେଡ ଫୋନ, ବ୍ଲୁଟୁଥ ଏବଂ ହିୟର ଫୋନ ଦୋକାନ ର କବାଟ ତାଡ଼ି ଚୋରି କରି ନେଇଛନ୍ତି। ଏହାପରେ ସେଠାକାର ବିଦ୍ୟାଳୟ ର କମ୍ପ୍ୟୁଟର ଏବଂ ଆଶୋଶୋରିଶ ଚୋରି କରି ସେ ଗୁଡାକୁ ସୈରା ସାହି ସ୍ଥିତ ଏୟାରଟେଲ ଟାଓ୍ବର ନିକଟ ଏକ ଘରେ ତାଲା ପକାଇ ରଖିଥିଲେ। ମୋହନା ପୋଲିସ ଏହାର ତଦନ୍ତ କରି ସିସିଟିଭି ଫୁଟେଜ ମାଧ୍ୟମରେ ଏହି ତିନି ଚୋରଙ୍କୁ ଗିରଫ କରିବା ସହ ୧୮ଟି ମୋବାଇଲ, ୩ଟି ମେମୋରିକାଡ, ୮ଟି ହିୟରଫୋନ, ଗୋଟିଏ ସ୍ମାର୍ଟ ଓ୍ବାଚ, ବ୍ଲୁଟୁଥ ଓ ଏକ କମ୍ପ୍ୟୁଟର ସେଟ୍ ସମେତ ତାଲା ତାଡିବା ନିମନ୍ତେ ବ୍ୟବହୃତ ଶାବଳକୁ ଜବତ କରାଯାଇଛି। ଏନେଇ ମୋହନା ଥାନା ରେ କେସ ନଂ-୭୫/୨୦, ୭୬/୨୦ରେ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.