Home ଓଡ଼ିଶା ୨୬୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

୨୬୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

29

ନୟାଗଡ/୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ପୁଣିଥରେ ବ୍ରାଉନ୍‌ସୁଗାର ବିକ୍ରୟ କୁ ନେଇ ଉଦ୍‌ବେଗ ପ୍ରକାଶ ପାଉଥିଲା । ଗତ ତା ୦୫/୦୨ ରିଖ ଶୁକ୍ରବାର ସଂଧ୍ୟ୍ୟା ଏସ୍‌.ଟି.ଏଫ୍ ଟିମ୍ ସହ ରଣପୁର ପୋଲିସ୍ ରଣପୁର ମନ୍ଦାକିନୀ ନଦୀ ଠାରେ ମିଳିତ ଚଢାଉ କରିଥିଲେ । ଚଢାଉରେ ୨୬୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ ଗିରଫ କରିଥିଲେ । ରଣପୁର ଥାନା ଅଂଚଳ ରେ ଏତେ ପରିମାଣ ର ବ୍ରାଉନ୍‌ସୁଗାର ଜବତ ହେବା ପ୍ରଥମ ଘଟଣା ।

ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ର ଘର ହେଉଛି ରଣପୁର ଥାନା ବାଉଁଶଗଡ ଗ୍ରାମରେ  ଏହି ଚଢାଉ ରେ ରଣପୁର ଥାନା ତରଫରୁ ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ନେତୃତ୍ୱ ନେଇଥିଲେ । ଅତୀତ ରେ ପ୍ରିତି ପ୍ରକାଶ ମହାନ୍ତି ଅନେକ ବ୍ରାଉନ୍ ସୁଗାର ବିକ୍ରୟକାରୀ ଙ୍କୁ ଗିରଫ କରିଥିଲେ । ଏଥିସହ ବ୍ରାଉନ୍‌ସୁଗାର ବ୍ୟବସାୟ ରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ଯାହାଫଳରେ ରଣପୁର ଅଂଚଳ ର ବ୍ରାଉନ୍‌ସୁଗାର ବ୍ୟବସାୟ ଙ୍କ ମନ ମଧ୍ୟରେ ଭୟ ସଂଚାର ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.