Home କୋରାପୁଟ କୋରାପୁଟ ହସପିଟାଲରେ ଚିକିତ୍ସା ଅବହେଳାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଓ ଥାନାରେ ଏତଲା

କୋରାପୁଟ ହସପିଟାଲରେ ଚିକିତ୍ସା ଅବହେଳାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଓ ଥାନାରେ ଏତଲା

23

କୋରାପୁଟ ୦୬-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କୋରାପୁଟ ସହରର ଜଣେ ଯୁବକଙ୍କ ଚିକିତ୍ସା ଅବହେଳାରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଓ ବିଭିନ୍ନ ବ୍ୟକ୍ତି ବିଶେଷ ମୃତଦେହ ରଖି ଧାରଣା ଦେବାରୁ ହସପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା ।କୋରାପୁଟ ମିଶନ କଂପାଉଣ୍ଡର ଅମିତ କୁମାର ଦାସ(୨୮) ଜ୍ୱର ହେବାରୁ ଗତ ୩ ତାରିଖ ଦିନ କୋରାପୁଟ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।ରକ୍ତ ପରୀକ୍ଷା କରିବା ପରେ ଅମିତଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା ।ଆଜି ଭୋର ସମୟରେ ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଡକାଯାଇଥିଲା କିନ୍ତୁ କେହି ଆସି ନ ଥିଲେ ଓ  ଚିକିତ୍ସାରେ ଅବହେଳା ଯୋଗୁଁ ତାର ମୃତ୍ୟୁ ହୋଇଥିଲା ବୋଲି ଭାଇ ଦୀପକ ଦାସ ଅଭିଯୋଗ କରିଥିଲେ ।କୋରାପୁଟ ଟାଉନଥାନରେ ସେ ଏକ ଏତଲା ଦେଇ ମେଡିକାଲର ୩ ଜଣଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ନିମନ୍ତେ ଦାବି କରିଥିଲେ ।କୋରାପୁଟ ହସପିଟାଲ ଜରୁରୀବିଭାଗ ଗେଟ ସମ୍ମୁଖରେ ମୃତଦେହ ରଖି ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ ।କୋରାପୁଟର ପୂର୍ବତନ ନଗରପାଳ ଭଗବାନ ବାହିନିପତି , ପୂର୍ବତନ ବିଧାୟକ ନିମାଇଁ ସରକାର ,କଂଗ୍ରେସ ନେତା ରୁପକ ତୁରୁକ ବାବୁଲା ବେନିଆ, ମନୋଜ ଆଚାର୍ଯ୍ୟ ,ଜୟନ୍ତ କୋଚିନ, ସମାଜସେବୀ ରାଜେଶ ଯାଦବ ପ୍ରମୁଖ ଧାରଣାରେ ବସି ରହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାର ଜଣଙ୍କୁ ଚାକିରୀ ଦେବାକୁ ଦାବି କରିଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲ , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କଂଗ୍ରେସ ନେତା କୃଷ୍ଣ କୁଲଦୀପ ଘଟଣାସ୍ଥଳରେ ପହଂଚି  ଭାରପ୍ରାପ୍ତ ଅଧିକ୍ଷକ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ , ହସପିଟାଲ ପ୍ରଶାସିକା ମଧୁମିତା ନାୟକଙ୍କ ସହ ଆଲୋଚନା କରିଥିଲେ ।ଆଜି ହିଁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା ।ଏହାପରେ ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପରିବାର ଲୋକଙ୍କ ସହ ବିଧାୟକ  ଶ୍ରୀ ପଡାଲ , ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ , ତହସିଲଦାର ରଂଜନ ମାନସେଠ , କୋରାପୁଟ ଟାଉନ ଆଇଆଇସି ଧିରେନ ପଟନାୟକ ,ବିଡିଓ ନରେନ୍ଦ୍ର ନାୟକ  ପ୍ରମୁଖ ହସପିଟାଲ ପ୍ରଶାସିକା ମଧୁମିତା ନାୟକ , ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ସ୍ୱାଇଁଙ୍କ  ସହ ଆଲୋଚନା କରାଯାଇଥିଲା ।ଫୋନ ଯୋଗେ ହସପିଟାଲ ଅଧିକ୍ଷକଙ୍କ ସହ କଥାବାର୍ତା ହୋଇଥିଲା ।ଆଜି ହିଁ ତଦନ୍ତ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା ।ଯେଉଁଥିରେ ହସପିଟାଲ ଅଧିକ୍ଷକ ,ସର୍ଜରୀ ,ଇଏନଟି ,ଅସ୍ଥିଶଲ୍ୟ  ଓ ଏଫଏମଟି ମୁଖ୍ୟ ,ଷ୍ଟୋର ମେଡିକାଲ ଅଫିସର , ମେଟ୍ରୋନ ପ୍ରମୁଖ ସଦସ୍ୟ ରହିବେ ବୋଲି ହସପିଟାଲ ପ୍ରଶାସିକା ଘଟଣାସ୍ଥଳକୁ  ଆସି ସୂଚନା ଦେଇଥିଲେ ।କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।ପରିବାରରୁ ଜଣଙ୍କୁ ଚାକିରୀ ଦେବା ନିମନ୍ତେ କମିଟି ନିଷ୍ପତି ନେବ ବୋଲି କୁହାଯାଇଥିଲା ।ଏହି ପ୍ରତିଶୃତି ପାଇବା ପରେ ଧାରଣା ପ୍ରତ୍ୟାହୃତ କରାଯାଇ ମହାପ୍ରୟାଣ ଗାଡିରେ ମୃତଦେହ ନିଆଯାଇଥିଲା ।ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ଅନୁକମ୍ପାମୂଲକ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା ।କୋରାପୁଟ ବିଧାୟକ ଶ୍ରୀ ପଡାଲ ୨୦ ହଜାର ଟଙ୍କା ମୃତକଙ୍କ ଭାଇ ଦୀପକ ଦାସଙ୍କୁ ପ୍ରଦାନ କରିଥିଲେ ।ଏତଲାକୁ ଭିତି କରି କୋରାପୁଟ ଟାଉନଥାନାରେ ଏକ କେସ ରୁଜୁ ହୋଇଥିବା ଜଣାପଡିଛି ।କୋରାପୁଟ ହସପିଟାଲରେ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତରମାନେ ରୋଗୀମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବାକୁ କଂଗ୍ରେସ ନେତା ରୁପକ ତୁରୁକ ଦାବି କରିବା ସହ ଡେଙ୍ଗୁ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ହସପିଟାଲରେ ତୁରନ୍ତ ପ୍ଲେଟଲେଟ ମେସିନ  ସ୍ଥାପନ କରିବାକୁ ଦାବି ଉପସ୍ଥାପନା କରିଥିଲେ ।ପରିସ୍ଥିତି ନିୟନ୍ତ୍ରଣ ପାଇଁ କୋରାପୁଟ ହସପିଟାଲରେ ପୋଲିସ ମୃତୟନ କରାଯାଇଥିଲା ।ଘଟଣାସ୍ଥଳରେ କୋରାପୁଟ ପୋଲିସ ଉପଖଣ୍ଡ ଅଧିକାରୀ ଗୁଣନିଧି ମଲ୍ଲିକ ଉପସ୍ଥିତି ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.