Home Top News କରୋନାଭାଇରସ୍ ପ୍ରଭାବ ଯୋଗୁଁ ସାଉଦି ଆରବରେ ସିନେମା ହଲ୍ ସହ ରେଷ୍ଟୁରାଣ୍ଟ ୧୦ ଦିନ ପାଇଁ...

କରୋନାଭାଇରସ୍ ପ୍ରଭାବ ଯୋଗୁଁ ସାଉଦି ଆରବରେ ସିନେମା ହଲ୍ ସହ ରେଷ୍ଟୁରାଣ୍ଟ ୧୦ ଦିନ ପାଇଁ ବନ୍ଦ

87

ନୂଆଦିଲ୍ଲୀ ୦୬-୦୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କରୋନାରେ ସଂକ୍ରମଣର ମାତ୍ରା ବଢ଼ୁଛି ସାଉଦି ଆରବରେ। ଏଥିୟୋଗୁଁ ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ସହ ଗୁରୁବାର ଦିନ ଠାରୁ ସିନେମା ହଲ୍ ସମେତ ମନୋରଞ୍ଜନ କେନ୍ଦ୍ର ମାନ ବନ୍ଦ କରିବା ସହ ରେଷ୍ଟୁରାଣ୍ଟରେ ଖାଇବାକୁ ବାରଣ କରାଯାଇଛି। ସରକାରୀ ସାଉଦି ପ୍ରେସ ଏଜେନ୍ସି ଦ୍ୱାରା ଜାରି ବିବୃତ୍ତିରେ ଗୃହ ମନ୍ତ୍ରଣାଳୟ କହିଛି ଯେ ବିବାହ ମହୋତ୍ସବ ହଲ୍ କିମ୍ବା ହୋଟେଲରେ ବିବାହ ସମେତ ‘ସମସ୍ତ କାର୍ଯ୍ୟକ୍ରମ ତଥା ସମାରୋହ’ ୩୦ ଦିନ ପାଇଁ ବନ୍ଦ ରହିବ।

ଏହା ବ୍ୟତୀତ ସିନେମା ଏବଂ କ୍ରୀଡା ସମେତ ‘ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରାଯାଇଛି। ସେହିପରି ରେଷ୍ଟୁରାଣ୍ଟ ଏବଂ କାଫେରେ ଖାଇବା ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଏ ନିୟମ ଆହୁରି ବୃଦ୍ଧି କରାଯାଇପାରେ ବୋଲି ଚେତାବନୀ ଦିଆଯାଇଛି। ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ମହାମାରୀର ଦ୍ୱିତୀୟ ତରଙ୍ଗ ବିସ୍ତାରକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ପ୍ରକାଶ ଯେ ସ୍ୱାସ୍ଥ୍ୟମନ୍ତ୍ରୀ ତୈଫିକ୍ ଅଲ ରବିହ ଙ୍କ ଚେତାବନୀ ପରେ ଏହି ପ୍ରତିବନ୍ଧକଗୁଡିକ କାର୍ଯ୍ୟକାରୀ କରାଯାଇଛି।

ଗତ ରବିବାର ଦିନ ସେ କହିଛନ୍ତି ଯେ ଯଦି ଲୋକମାନେ ସ୍ୱାସ୍ଥ୍ୟ ପ୍ରତିବନ୍ଧକ କୁ ପାଳନ ନକରନ୍ତି ତେବେ କରୋନା ଭାଇରସ ର ନୂତନ ଜାରୀ ନିୟମ କଡାକଡି କାର୍ଯ୍ୟକାରୀ କରାଯିବ। କରୋନା ଭାଇରସ୍ ର କଡାକଡି ଆଇନ ଅନୁସାରେ ନିର୍ଦ୍ଦେଶ ନାମା ଜାରି କରି କୁହାଯାଇଛି ଯେ ସାମାଜିକ ସମାବେଶରେ ୧୦ ଦିନ ପାଇଁ ୨୦ ରୁ ଅଧିକ ଲୋକଙ୍କ ସମାବେଶ ହେବା ଉଚିତ୍ ନୁହେଁ। ଅନୁଷ୍ଠାନର ନିୟମ ଉଲ୍ଲଂଘନ ପାଇଁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଯଦି ଚତୁର୍ଥ ଥର ଏହି ଆଇନ ବା ନିର୍ଦ୍ଦେଶ ନାମା ର କେହି ଖିଲାପ କରନ୍ତି ତେବେ ରେଷ୍ଟୁରାଣ୍ଟ, କାଫେ, ସପିଂ ମଲ୍ ଏବଂ ଜିମ୍ ଏକ ମାସ ପାଇଁ ବନ୍ଦ କରିଦିଆଜିବ। କୋଭିଡ -୧୯ ମାମଲାରେ ମୂଳ କରୋନା ଜୀବାଣୁଙ୍କର ନୂତନ କିସମ ସହ ଜଡିତ ଏକ ବିଶ୍ୱସ୍ତରୀୟ ସଂକ୍ରମଣ ଉପରେ ସରକାରଙ୍କ କଠୋର ଆଦେଶ ଜାରି କରାଯାଇଛି।

ସନ୍ଦେହ କରାଯାଉଛି ଯେ, ଟୀକାକରଣ ପାଇଁ ବ୍ୟବହୃତ ଟିକା ବ୍ରିଟିଶ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲୀୟ ପ୍ରକାର ବିରୁଦ୍ଧରେ କମ୍ ପ୍ରଭାବଶାଳୀ ହୋଇପାରେ। ପଫାଇଜର-ବାୟୋଏଣ୍ଟେକ୍ ଟିକା ପ୍ରଥମେ ପଠାଇବା ପରେ ଗଲ୍ଫ ଦେଶରେ କୋଭିଡ -୧୯ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ତିନିଟି ପର୍ଯ୍ୟାୟରେ ଚାଲିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସାଉଦି ଆରବରେ ମହାମାରୀ ଆରମ୍ଭରୁ ସଂକ୍ରମଣ ହେତୁ ୬ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ବୁଧବାର ସାଉଦି ଆରବ ୨୦ ଟି ଦେଶରୁ ପ୍ରବାସୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.