Home ଓଡ଼ିଶା ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ନେଇ ଶବ ରଖି ରାସ୍ତା...

ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ନେଇ ଶବ ରଖି ରାସ୍ତା ଅବରୋଧ

505

ସଇଁତଲା ୨୦-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ କାଲି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ବରଗାଁ ଗ୍ରାମ ର ବିଗ୍ନ ଭୋଇ(୪୫) ନାମକ ଜଣେ ବ୍ୟକ୍ତି ଙ୍କୁ ଏକ ଅଜଣା ଗାଡି ଧକ୍କାରେ ଶୋଚନୀୟ ମୃତ୍ୟୁ ଘଟିଛି। ତେବେ ଆଜି ଉକ୍ତ ମୃତ ବ୍ୟକ୍ତି ବିଗ୍ନଙ୍କ ଶବ କୁ ଗ୍ରାମବାସୀ ଜାତୀୟ ରାଜପଥ ୨୬ ଉପରେ ଶବ କୁ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡି ସହ ସମସ୍ତ ଜାନ ବହାନ ଅଟକି ରହିଛି। ବେପରୁଆ ଗାଡି ଚାଳନା ଯୋଗୁଁ ଏହି ମୃତ୍ୟୁ ଘଟିବା ଓ ଉକ୍ତ ମୃତକଙ୍କ ପରିବାରର ସେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର ଲୋକ ଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇଦେବାକୁ ଦାବି କରି ଜିଦ ରେ ଅଟଳ ରହିଛନ୍ତି। ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବି କୌଣସି ଉଚ୍ଚ ଅଧିକାରୀ ପହଞ୍ଚି ନ ଥିବା ଜଣା ଯାଇଛି।

Exif_JPEG_420

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.