Home ଜିଲ୍ଲା ପରିକ୍ରମା ୨୪ ଘଣ୍ଟାରେ ୨ ସ୍ୱାମୀ ପରିତ୍ୟକ୍ତ ଅସହାୟ ମହିଳାଙ୍କୁ ମିଳିଲା ଭତ୍ତା, ରାସନ କାର୍ଡ ପାଇଁ...

୨୪ ଘଣ୍ଟାରେ ୨ ସ୍ୱାମୀ ପରିତ୍ୟକ୍ତ ଅସହାୟ ମହିଳାଙ୍କୁ ମିଳିଲା ଭତ୍ତା, ରାସନ କାର୍ଡ ପାଇଁ ପ୍ରତିଶ୍ରୁତି

19

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା ଶାନ୍ତିଲତା ଦାସ(୫୪) ଓ ସାନ ଭଉଣୀ ସେବତୀ(୪୫)ଙ୍କୁ ବ୍ଲକ ପକ୍ଷରୁ ସୋମବାର ଭତ୍ତା ଚଳିତ ମାସ ଠାରୁ ଯୋଗାଇ ଦିଆଯାଇଛି । ଗଣମାଧ୍ୟମରେ ଖବର ପ୍ରସାରଣର ୨୪ ଘଣ୍ଟା ମଧ୍ୟରେ ୨ ଭଉଣୀ ଭତ୍ତା ପାଇଛନ୍ତି । ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ ସୋମବାର ବ୍ଲକ ପକ୍ଷରୁ ଦୁଇ ଭଉଣୀକୁ ବ୍ଳକ ପରିସରରେ ଭତ୍ତା ଆବେଦନ, ଅନୁମୋଦନ ଓ ପ୍ରଦାନ କରିଥିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ ଓ ସହାୟକ ସୁଧାଂଶୁ ପାଢୀ । ଏଥିସହ ତୁରନ୍ତ ସେବତୀକୁ ରାସନକାର୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସାମଲ । ଏଠାରୁ ସୂଚନା ଯୋଗ୍ୟ ଯେ ଯାଜପୁର ଜିଲ୍ଲା ରାମବାଗ ଅଞ୍ଚଳରେ ୧୯୮୮ ମସିହାରେ ବୈଦିକ ରୀତିରେ ବିଭା ହୋଇଥିଲେ । ବିଭାଘର ୨ ବର୍ଷ ପରେ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ କଷଣ ଆରମ୍ଭ ହୋଇଥିଲା ବାସନ୍ତିଙ୍କର । କନ୍ୟା ଜନ୍ମ ହେବା ପାଇଁ ଦାୟୀ କରି ବାସନ୍ତିଙ୍କୁ ସ୍ୱାମୀ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା । ନିର୍ଯ୍ୟାତନା ସହିନପାରି ଝିଅର ଏକୋଇସା ରାତ୍ରରେ ଲୁଚି ଝିଅକୁ ନେଇ ବାପଘରକୁ ପଳାଇ ଆସିଥିଲା ବାସନ୍ତି । ଝିଅକୁ ମାମୁଁଘର ସହାୟତାରେ ବିଭା କରିଦେଇଛି ବାସନ୍ତି । ବିଡି ଶ୍ରମିକ ଭାବେ କାର୍ଯ୍ୟ କରି ଦୈନିକ ୪୦ଟଙ୍କା ଉପାର୍ଜ୍ଜନ କରି ପେଟ ପୋଷୁଛି ବାସନ୍ତି । ବାସନ୍ତିର ସାନ ଭଉଣୀ ସେବତୀ(୪୫) । ୨୦୦୭ ମସିହାରେ ଯାଜପୁର ମାର୍କଣ୍ଡପୁର ଅଞ୍ଚଳରେ ବିଭା ହୋଇଥିଲେ । ମଦ୍ୟପ ସ୍ୱାମୀର ଅକଥନୀୟ ଅତ୍ୟାଚାର ସହିନପାରି ଘରକୁ ବିଭାଘର ବର୍ଷକ ମଧ୍ୟରେ ପଳାଇଆସି ବିଡି ଶ୍ରମିକ ଭାବେ ଅନୁରୂପ ଦୈନିକ ୪୦ଟଙ୍କା ରୋଜଗାର କରି ଚଳୁଛି । ସ୍ୱାମୀ ପରିତ୍ୟକ୍ତା ଏହି ୨ ଭଉଣୀଙ୍କ ଭତ୍ତା ଆଶା ଏବେ ପୂରଣ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.