Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀକୁ ବଂଟନ କରି ପୁନଶ୍ଚ କିଣୁଛନ୍ତି ଡିଲର, ଡିଲରଙ୍କ ମନମାନୀରେ ଚାଲିଛି...

ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀକୁ ବଂଟନ କରି ପୁନଶ୍ଚ କିଣୁଛନ୍ତି ଡିଲର, ଡିଲରଙ୍କ ମନମାନୀରେ ଚାଲିଛି ବଂଟନ

29

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀ କୁ ନେଇ ବଢୁଛି ଅଡୁଆ । ଏହି ପଂଚାୟତ ପାଇଁ ନିଯୁକ୍ତ ଥିବା ଡିଲର ନିଜ ମନମାନୀରେ ଗ୍ରାହକ ମାନଙ୍କୁ ଶୋଷଣ କରି ଚାଲୁଛନ୍ତି । ଚଳିତ ବର୍ଷ ତମାମ ଖାଉଟି ମାନଙ୍କୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମାଗଣା ଚାଉଳ ଦେବା ପାଇଁ ନିର୍ଦେଶ ଥିବା ବେଳେ ଏହାକୁ ସଂପୃକ୍ତ ଡିଲର ପାଳନ କରୁ ନାହାନ୍ତି ବୋଲି ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଏହି ପଂଚାୟତରେ ବହୁ ଖାଉଟି ମାନଙ୍କର କୋଠାଘର , ବୋଟ,ଟ୍ରଲର, ଟ୍ରକ ଏବଂ ଟିପ୍ପର ର ମାଲିକାନା ସତ୍ୱ ହାତେଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନେ ସରକାରଙ୍କ ମାଗଣା ଚାଉଳ ଯୋଜନାରେ ସାମିଲ ହୋଇଛନ୍ତି । ଏହି ସତ୍ୱାଧିକାରୀ ମାନେ ନିଜର ଅସୁବିଧା କିଛି ନଥିବା ବେଳେ ସେମାନେ ଏହି ବଂଟନ କେନ୍ଦ୍ର କୁ ଚାଉଳ ପାଇଁ ନ ଆସି ଏହି ଚାଉଳ କୁ ବିକ୍ରି କରିଦେଇ ସେମାନଙ୍କୁ କେଜି ପିଛା ୨୦ଟଙ୍କା ଦେବାକୁ ସଂପୃକ୍ତ ଡିଲର କୁ କହୁଛନ୍ତି । ଏଥିସହ ବହୁ ଖାଉଟି ଚାଉଳ ନେବାକୁ ଆସୁଥିବା ବ େଳେ ସଂପୃକ୍ତ ଡିଲର ସେମାନଙ୍କୁ ଚାଉଳ କେଜି ପିଛା ୧୫ ଟଙ୍କା ଦେୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । କେଉଁ ପରିସ୍ଥିତିରେ ସଂପୃକ୍ତ ଡିଲର ଖାଉଟି ମାନଙ୍କ ଠାରୁ ହାତ ଛାପ ଏବଂ ଆଖି ସ୍କାନ କରି ଚାଉଳ ନ ଦେଇ ନାଲି ଆଖି ଦେଖାଇ ସେହି ବାବଦରେ ଅର୍ଥ ପ୍ରଦାନ କରୁଛି ତାହା ତଦନ୍ତ ସାପେକ୍ଷ ।

ଅନ୍ୟ ପକ୍ଷରେ ସଂପୃକ୍ତ ଡିଲର ହୋଲସେଲର ପାଖରୁ ମଧ୍ୟ କମ ଚାଉଳ ଏବଂ ବକେୟା ଚାଉଳ ବାବଦରେ ଅର୍ଥ ଆଣୁଥିବା ଜଣାଯାଇଛି । କେଉଁ ପରିସ୍ଥିତିରେ ସଂପୃକ୍ତ ଡିଲର ଖାଉଟି ମାନଙ୍କୁ ଶୋଷଣ କରୁଛି ଏବଂ ଏହି ସମସ୍ତ ବାବଦରେ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀ ଜାଣିଶୁଣି ଚୁପ ରହୁଛନ୍ତି ତାହାକୁ ଅଂଚଳବାସୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ସଂପୃକ୍ତ ଡିଲର କେନ୍ଦ୍ର ସରକାର ଦେଉଥିବା ଚାଉଳ ର ଟ୍ରାନ୍ସପୋଟିଂ ଙ୍ଗ ଖର୍ଚ ଦେଉ ନଥିବାରୁ ସେମାନେ ଏହି ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି ।ଦ୍ଭନିକଟରେ ସଂପୃକ୍ତ ଡିଲର ଜାଗୁଳା ପଂଚାୟତର କିଛି ଖାଉଟି କାଡି କାଟି ଦେଇ ନିଜ ପଂଚାୟତରେ ଅର୍ନ୍ତଭୁକ୍ତ କରିଥିଲେ । ଏ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ପୁନଶ୍ଚ ସଂପୃକ୍ତ ଟିଲର ଚାନ୍ଦବାଲି ଏମ ଆଇଙ୍କ ନିର୍ଦେଶରେ ଜାଗୁଳା ପଂଚାୟତକୁ ଫେରାଇଥିଲେ । ଏହି ଭଳି ଅନିୟମିତତା କରୁଥିବା ଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ଦୋସିଙ୍ଗା ପଂଚାୟତରେ ନୂତନ ଡିଲର ନିଯୁକ୍ତି କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି । ଏବାବଦରେ ସଂପୃକ୍ତ ଡିଲର ବସନ୍ତ କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟା ରଖି କୁହନ୍ତି ମୁଁ ଏମ ଆଇ ଏବଂ ବିଡିଓଙ୍କୁ ମାସିକ ବଟି ଦେଉଛି ମୋର କେହି କିଛି କରିପାରିବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଦୋସିଙ୍ଗା ପଂଚାୟତର କିଛି ହିତାଧିକାରୀ ଇତି ମଧ୍ୟରେ ଭଦ୍ରକ ସବକଲେକ୍ଟରଙ୍କୁ ଭେଟି ନିଜର ଦାବୀ ଜଣାଇବା ସହ ତୁରନ୍ତ ପଡିକାର୍ଡ ଏବଂ ଚାଉଳ ବଂଟନରେ ଅନିୟମିତତା କରୁଥିବା ଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଲିଖୀତ ଅଭିଯୋଗ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.