Home ଜିଲ୍ଲା ପରିକ୍ରମା କେନ୍ଦୁଆପଦା ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ମା’ ମାନେ ହିଁ ନବୀନକୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ...

କେନ୍ଦୁଆପଦା ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ମା’ ମାନେ ହିଁ ନବୀନକୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ-ବିଧାୟକ

30

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜୋନ୍ ଅର୍ନ୍ତଃଗତ କେନ୍ଦୁଆପଦା,ତୋଡ଼ଗାଁ,ନିଳୋକ,ସେଣ୍ଢତିରା,ଗୋବିନ୍ଦପୁର ଆଦି ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ବ୍ୟାନର ଓ ପାର୍ଟି ପତାକା ଧରି ପଛତିରା ଗ୍ରାମରୁ ଶୋଭାଯାତ୍ରାରେ ବାହାରି ହରେକୃଷ୍ଣ ମହତାବ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସଚେତନତା ସଭାକୁ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ନିଜ ବକ୍ତବ୍ୟରେ ନବୀନ ସରକାର ସାଧାରଣ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି,ଯାହାର ସୁଫଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ପାଉଛନ୍ତି । ସରକାର ସବୁ ଗାଁକୁ ପକ୍କା ରାସ୍ତା,ଘରକୁ ଘର ପାନୀୟ ଜଳର ସୁବିଧା,ସ୍କୁଲ କଲେଜ ଭିର୍ତ୍ତୀଭୂମିର ବିକାଶ ପାଇଁ ରୂପାନ୍ତରୀକରଣ ରେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ । ବିଶେଷ କରି ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ସଂରକ୍ଷଣ ନିତୀକୁ ଆଗୁଆ ଲାଗୁ କରିବାକୁ ଯାଇ ଏବେ ଠାରୁ ଅଧିକରୁ ଅଧିକ ମହିଳାଙ୍କୁ ରାଜନିତୀରେ ସୁଯୋଗ ଦିଆଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଟାଳଟୁଳ ସଂରକ୍ଷଣ ନିତୀକୁ ସମାଲୋଚନା କରି ଆଗାମୀ ନିର୍ବାଚନରେ ମହିଳା ମାନେ ହିଁ ବିଜୁ ଜନତା ଦଳକୁ ଷଷ୍ଠ ଥର ପାଇଁ କ୍ଷମତାସୀନ କରାଇବେ ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଥିଲେ ।

ପୂର୍ବତନ ବିଧାୟକ ମୂର୍ତ୍ତିକାନ୍ତ ମଣ୍ଡଳ,ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ,୧୬ନଂ ଜିଲ୍ଲା ପରିଷଦ ସଭ୍ୟା ମୁନି ମୁଣ୍ଡା,ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାସ,ସେକ୍ ଜଲାଲ୍‌ଉଦ୍ଦିନ୍‌,ପୂର୍ବତନ ସରପଞ୍ଚ ନିହାରିକା ରାଉତ,ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ,ପ୍ରଶାନ୍ତ ସାମଲ,ଶ୍ରୀନାଥ ମହାନ୍ତି ପ୍ରମୁଖ ବିଜେଡି ସରକାରରେ ଉନ୍ନତି ମୂଳକ କାମ ଶିଖର ଛୁଇଁଛି । ଏହି ବ୍ଲକରେ ସରକାରଙ୍କ ଜନହିତକର ଯୋଜନାକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ନେଇ ନିର୍ବାଚିତ ଜନ ପ୍ରତିନିଧି ମାନେ ଉଦ୍ୟମ କରୁଛନ୍ତି । ଦଳ ପକ୍ଷରୁ ଏକମାସ ଧରି ଚାଲୁଥିବା ଏହି ଜନସମ୍ପର୍କ ପଦଯାତ୍ରାରେ ଅଧିକ ଲୋକଙ୍କ ନିକଟତର ହେଉଥିବା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ବିଧାନସଭା ନେତା ବିପିନ ନାୟକ,ଛାତ୍ର ବିଜେଡି ସଭାପତି ପ୍ରଣବ ଲେଙ୍କା,ପଧାନପଡ଼ା ସରପଞ୍ଚ ଗଜେନ୍ଦ୍ର ସେଠୀ,ରାମକୃଷ୍ଣପୁର ସରପଞ୍ଚ ହିରେନ୍ଦ୍ର ଖିଲାର,ନିଳୋକ ସରପଞ୍ଚ ଅଶୋକ ମହାନ୍ତି,ସେଣ୍ଢତିରା ସରପଞ୍ଚ ପ୍ରଶାନ୍ତ ଦାସ,ଗିରିଧାରି ସାହୁ,ପୂର୍ଣ୍ଣଚନ୍ଦ୍ର ବେହୁରୀଆ,ବଟକୃଷ୍ଣ ମହାନ୍ତି,ହୃଷିକେଶ ପାତ୍ର,ପ୍ରଶାନ୍ତ ସାମଲ,ଜୟନ୍ତ ସାମଲ,ଅଞ୍ଜନ ମହାନ୍ତି,ପ୍ରଦିପ ସାମଲ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ହଜାର ରେ ଉର୍ଦ୍ଧ ଦଳୀୟ ସମର୍ଥକ ଓ ପଦାଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.