Home ଅପରାଧ ୨୪ ଘଣ୍ଟାରେ ଆଉ ଏକ ଗୁଳିକାଣ୍ଡ

୨୪ ଘଣ୍ଟାରେ ଆଉ ଏକ ଗୁଳିକାଣ୍ଡ

232

ଆମେରିକା,୦୪/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):୨୪ଘଣ୍ଟାରେ ଆମେରିକାରେ ୨ୟ ବଡ଼ ଗୁଳିକାଣ୍ଡ ହୋଇଛି । ଟେକ୍ସାସ ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓହିଓର ଡେଟନ ଠାରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୯ଜଣ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ତେବେ ଗୁଳି ଚଳାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛି। ଏକ ବାର୍‌ରେ ଲୋକମାନେ ଖୁସି ମନଉଥିବା ବେଳେ ରାତି ଗୋଟାଏରେ ଏହି ଅଘଟଣ ଘଟିଥିବା ଓହିଓର ପୋଲିସ ଲିଉଟ୍‌ନାଣ୍ଟ କର୍ଣ୍ଣେଲ ମାଟ୍‌ କାର୍‌ପର କହିଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ୧୬ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.