Home ଉପ ନିର୍ବାଚନ ୨୩ ନଂ ୱାର୍ଡ଼ରେ ବିଜେଡିର କର୍ମୀ ସମ୍ମିଳନୀ

୨୩ ନଂ ୱାର୍ଡ଼ରେ ବିଜେଡିର କର୍ମୀ ସମ୍ମିଳନୀ

42

ବାଲେଶ୍ୱର, ୨୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳର ୨୩ ନଂ ୱାର୍ଡ଼ରେ ର‌୍ୟାଲି ଓ କର୍ମୀ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ୱାର୍ଡ଼ର ବିଜେଡି ପର୍ଯ୍ୟବେକ୍ଷକ ସୁନୀଲ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଆକାଶ ଦାସପଟ୍ଟନାୟକ, ଭଦ୍ରକ ଜିଲ୍ଲା ବଜେଡି ଉପ-ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିକାଶକୁ ଦୃଷ୍ଟିରେ ରଖି ସ୍ୱରୂପ ଦାସଙ୍କୁ ନିର୍ବାଚନରେ ବିଜୟୀ କରିବାକୁ ନିବେଦନ କରିଥିଲେ। ବଢ଼ୁଥିବା ଜନ ସମର୍ଥନ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟର ଆଶାକୁ ଅଧିକ ଉଜ୍ଜ୍ୱଳିତ କରିଛି ବୋଲି ସେମାନେ କହିଥିଲେ। ପୂର୍ବତନ କାଉନସିଲର ସଂଜୟ ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ, ରୋଜି ପଟ୍ଟନାୟକ, ଭଗବାନ ମୋହନି, ଦେବେନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.