Home ଓଡ଼ିଶା ରଣପୁର ଅଂଚଳ ରେ ପ୍ରାଣୀଧନ ଚିକିତ୍ସା ବିପର୍ଯ୍ୟସ୍ତ

ରଣପୁର ଅଂଚଳ ରେ ପ୍ରାଣୀଧନ ଚିକିତ୍ସା ବିପର୍ଯ୍ୟସ୍ତ

34

ନୟାଗଡ/୩୦/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଓ ଓଡିଶା ର କୃଷିମନ୍ତ୍ରୀ କୃଷିକୁ ପ୍ରାଧାନ୍ୟ ଦେଇଚାଲିଛନ୍ତି  । କୃଷକ ମାନଙ୍କୁ ଗୋ ପାଳନ, ଛେଳି, ମେଣ୍ଢା ପାଳନ ଓ କୁକୁଡା ପାଳନ କ୍ଷେତ୍ରରେ ଆଗେଇ ଆସିବା ପାଇଁ ପ୍ରୋତ୍ସାହିତ କରାଯାଉଅଛି । ଯାହାଫଳରେ କୃଷକ ମାନେ ଓ ମହିଳା ସ୍ୱୟଂ ସହାୟିକା  ଗୋଷ୍ଠୀ ମାନେ ଗୋପାଳନ ଓ ବିଭିନ୍ନ ପ୍ରଜାତିର କୁକୁଡା ଚାଷ ପାଇଁ ଆଗଭର ହେଉଥିବା ଜଣାପଡିଛି ।  କିନ୍ତୁ ଅନେକ ସ୍ଥାନରେ ପଶୁ ଚିକିତ୍ସା କେନ୍ଦ୍ର ମାନଙ୍କ ରେ ଟୀକା କରଣ ଓ ଚିକିତ୍ସା ରେ ବିଳମ୍ବ ଯୋଗୁଁ ଗାଇ, ବଳଦ, ଛେଳି, ମେଣ୍ଢା ଓ କୁକୁଡାମାନେ ମୃତ୍ୟୁ ବରଣ କରୁଛନ୍ତି । ଯାହାଫଳରେ ଅନେକ କ୍ଷତି ସହୁଥିବା ଚାଷୀମାନେ  ଏହି ଗୋପାଳନ ଓ କୁକୁଡା ଚାଷ ଆଦି କ୍ଷେତ୍ରରୁ ନିଜକୁ ଫେରାଇ ଆଣୁଛନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି  କୃଷିମନ୍ତ୍ରୀଙ୍କ ଜିଲ୍ଲା ନୟାଗଡ ରଣପୁର ବ୍ଲକ ଅଂଚଳରେ  । ରଣପୁର ବ୍ଲକ ଅଂଚଳରେ   ରଣପୁର, ରାଜସୁନାଖଳା ଓ ଦର୍ପନାରାୟଣପୁର ଠାରେ ତିନି ଗୋଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର  ରହିଅଛି । ଏଥିସହ ୧୮ ଗୋଟି ସ୍ଥାନରେ ପଶୁ ସହାୟକ କେନ୍ଦ୍ର ରହିଅଛି । ରଣପୁର ବ୍ଲକ ରେ ୩୭ ଗୋଟି ଗ୍ରାମ ପଞ୍ଚାୟତ ସାଙ୍ଗକୁ ରଣପୁର ଏନ୍ ଏ ସି  ମଧ୍ୟ ରହିଅଛି । ରଣପୁର ଅଂଚଳରେ ତିନି ଜଣ ଡାକ୍ତର ସାଙ୍ଗକୁ ଜଣେ ଅତିରିକ୍ତ ପଶୁ ଡାକ୍ତର ରହିଛନ୍ତି, ୧୨ ଜଣ ଏଲ୍ ଆଇ ଓ ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି । ଆବଶ୍ୟକତା ଅନୁସାରେ ୧୮ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯାଗାରେ ୨ ଜଣ ରହିଛନ୍ତି । ଦୁଇଗୋଟି ପ୍ରାଣୀଧନ ସହାୟକ କେନ୍ଦ୍ର ଯଥା ଗାଁବାଣୀକିଲୋ ଓ କୁଳାସର ଠାରେ ଦୀର୍ଘ ୮ ବର୍ଷ ରୁ ଉର୍ଦ୍ଧ ହେଲା ନିର୍ମାଣ ହୋଇସାରିଥିଲେ ମଧ୍ୟ ତାହା ବିଭାଗକୁ  ହସ୍ତାନ୍ତର  ହେଉନାହିଁ  ।

କର୍ମଚାରୀ ଅଭାବ ଯୋଗୁଁ  ବିଭାଗୀୟ  ଅଧିକାରୀ ମାନେ କାମ ସରିନାହିଁ ବୋଲି  ବାହାନା ଦେଖାଇ  ହାତକୁ  ନେଉଁନଥିବା ଅଭିଯୋଗ ହେଉଛି । ପଶୁ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅବହେଳା ଯୋଗୁଁ ପଶୁ ଓ ପକ୍ଷୀ ପାଳନ କରିବା ପାଇଁ କୃଷକ ମାନେ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ବ୍ଲକ ଦାୟିତ୍ୱରେ ଥିବା ପଶୁ ଡାକ୍ତର ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଶି ଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ  ସେ ଫୋନ୍ ଉଠାଇ ନଥିଲେ  । ତେଣୁ ଅତିରିକ୍ତ ପଶୁ ଡାକ୍ତର ଶøଳେନ୍ଦ୍ର କୁମାର ମହାନ୍ତି ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଏତେ ବଡ ଅଂଚଳରେ ଆବଶ୍ୟକୀୟ କର୍ମଚାରୀ ଅବାଭ ଯୋଗୁଁ ଠିକ୍ ଭାବରେ ଚିକିତ୍ସା ହୋଇପାରୁନାହିଁ  । ଅଧିକ କର୍ମଚାରୀ ନିଯୁକ୍ତି ହେଲେ ପଶୁ ଚିକିତ୍ସା କାର୍ଯ୍ୟ ଠିକ୍ ଭାବରେ ହୋଇପାରିବ  । ଓଡିଶାର ମାନ୍ୟବର ମନ୍ତ୍ରୀ ନୟାଗଡ ଜିଲ୍ଲାର ବିଧାୟକ ହୋଇଥିବାରୁ ରଣପୁର ପଶୁ ଚିକିତ୍ସା ପ୍ରତି ଅଧିକ ପରିମାଣ ଦୃଷ୍ଟି ଦେଇ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ କୃଷକ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.