Home ଜିଲ୍ଲା ପରିକ୍ରମା ୨୨ତମ ବିଷୁବ ମିଳନ

୨୨ତମ ବିଷୁବ ମିଳନ

58

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷୁବ ପରିଷଦ ତରଫରୁ ଦେବଭୂମୀ, ଗବସାହିଠାରେ ୨୨ତମ ବିଷୁବ ମିଳନ ପାଳିତ ହୋଇଯାଇଅଛି। ଗୋପାଳକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ସମ୍ମାନନୀୟ ଅତିଥି ଭାବେ ନିହାର ରଂଜନ କର, ମୁଖ୍ୟ ଅତିଥି ଭାବେ ଡ. ଶଶଧର ଦାସ, ସମ୍ମାନନୀୟ ବକ୍ତା ଡ. ମମତା ସାହୁ, ମୁଖ୍ୟବକ୍ତା ଡ. କମଳାକାନ୍ତ ଜେନା ଯୋଗ ଦେଇଥିଲେ। କବି କରୁଣାକର ବେହୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁକ୍ତିକାନ୍ତ ମଲ୍ଳିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଡ୍‌ଭୋକେଟ୍ ରାଧା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଡା. ଅନିଲ ଦାଶ, କାଳନ୍ଦୀ ମଲ୍ଳିକ ବେଦମନ୍ତ୍ର ପାଠ କରିଥିଲେ। ଏହି ଅବସରରେ ଅରୂପ ନାୟକ କବିତା ଗୁଡିକୁ ସଂଯୋଜନା କରିଥିଲେ। କବି ରାଜେନ୍ଦ୍ର ବାରିକ, ସୂର୍ଯ୍ୟନାରାୟଣ ପଣ୍ଡା, ଗଦାଧର ବଳ, କାଦମ୍ବିନୀ ମହାନ୍ତି, ବିଜୟ ବହଳୀ, ପ୍ରତାପ ସେଠୀ, ଅନାଦି ଚରଣ ପାଣିଗ୍ରାହୀ, ଅରୂପାନନ୍ଦ, ସୁରଂଜନ ମିଶ୍ର, ପ୍ରଣତି ମଲ୍ଲିକ, ଜ୍ୟୋସ୍ନା ଦିଦି, ପ୍ରେମଲତା ମଲ୍ଳିକ, ନିର୍ମଳ ରାଉତ କବିତା ପାଠ କରିଥିଲେ। ସଭାରେ ମୁଖ୍ୟବକ୍ତା ବିଷୁବର ପାଳନ ସମ୍ପର୍କୀତ ସବିଶେଷ ବକ୍ତବ୍ୟ ପ୍ରଦାନ କରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ପୃଥିବୀବାସୀଙ୍କ ଜୀବନରେ କେମିତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ବିଷଦ ଭାବେ ବର୍ଣ୍ଣନା କରିଥିଲେ। ଚଳିତ ବର୍ଷର ମର୍ଯ୍ୟାଦା ଜନକ ‘ବିଷୁବ ସମ୍ମାନ’ ସମାଜସେବୀ ଅଜୟ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନରେଶ ମଣ୍ଡଳ, ଡ. ଅବନୀ ପ୍ରଧାନ, ଅମରେଶ ରାଉତ, ଜଗବନ୍ଧୁ ପାଣି, ସୌମ୍ୟା ମହାପାତ୍ର, ନେପାଳ ଦାସ, ଶାନ୍ତନୁ ରାଉତ, ଗୟାଧର ପଣ୍ଡା, ଉମେଶ ନାୟକ, ରଂଜିତ ପାଢୀ, ନରେନ୍ଦ୍ର ଦାସ, ବିକାଶ ମଲ୍ଲିକ, ରାଜେଶ ଦାସ, ଅନୂପ ସାହୁ, ବାଦଲ ଦାସ, ଋଶ୍ୟସୃଙ୍ଗ ନାୟକ, ପ୍ରଦୀପ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.