Home ଜିଲ୍ଲା ପରିକ୍ରମା ଆମ୍ବେଦକର ଥିଲେ ସର୍ବଶ୍ରେଷ୍ଠ ସମ୍ବିଧାନବିତ୍‌, ଦେଶର ଆର୍ଥିକ ଓ ସାମାଜିକ ସ୍ୱାଧୀନତାର ପଥ ପ୍ରଦର୍ଶକ, ଜିଲ୍ଲାସ୍ତରୀୟ...

ଆମ୍ବେଦକର ଥିଲେ ସର୍ବଶ୍ରେଷ୍ଠ ସମ୍ବିଧାନବିତ୍‌, ଦେଶର ଆର୍ଥିକ ଓ ସାମାଜିକ ସ୍ୱାଧୀନତାର ପଥ ପ୍ରଦର୍ଶକ, ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

36

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ସରକାରୀଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ସଂସ୍କୃତି ଭବନ ଠାରେ ଆଜି ଭାରତରତ୍ନ ଡ଼. ବି.ଆର୍‌. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ସ୍ମୃତି ଚାରଣ ସଭାରେ ଉଦବୋଧନ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନ୍‌ଜୀବି ନିରାକାର ଜେନା ଏବଂ ଅନ୍ୟତମ ସମ୍ମାନିତ ଅତିଥିଭାବେ ଆଇନ୍‌ଜୀବି ଦିବ୍ୟସିଂହ ନାୟକ, ଭଦ୍ରକ ଦଳିତ ମହାସଂଘର ସଭାପତି ସାମ୍ବାଦିକ ରାଜେନ୍ଦ୍ର କୁମାର ଯେନା, ଆମ୍ବେଦକର ଉନ୍ନୟନ ପରିଷଦ, ଭଦ୍ରକର ସମ୍ପାଦକ ମହେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ମାଲ୍ୟାର୍ପଣ ପରେ ସଭାର ପ୍ରାରମ୍ଭରେ ଗାନ୍ଧୀବାଳାଶ୍ରମର ଅନ୍ତେବାସୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଉତ୍କଟ ରୂପ ଧାରଣ କରିଥିବା ତତ୍‌କାଳୀନ ଅସ୍ପୃଶ୍ୟତା ଜର୍ଜରିତ ସମାଜରେ ଏକ ନୀଚ୍ଚ ଜାତିରେ ଜନ୍ମ ନେଇ ଆମ୍ବେଦକରଙ୍କ ପିଲାଦିନ ଶିକ୍ଷା ଜୀବନ ଏପରିକି ଚାକିରୀ ଜୀବନ ମଧ୍ୟ କିପରି ତାଡ଼ନା ଓ ଘୃଣାର ଶିକାର ହୋଇଥିଲା। ତଥାପି ଧୈର୍ଯ୍ୟର ସହ ତୀକ୍ଷଣ୍ ମେଧାଶକ୍ତି ବଳରେ ସେ ଆଗକୁ ଆଗକୁ ମାଡ଼ି ଆମ ଦେଶ ପାଇଁ ସମ୍ବିଧାନ ପ୍ରସ୍ତୁତିରେ ମହାନାୟକ ସାଜିବା ସହିତ ଅବହେଳିତ, ଲାଞ୍ଛିତ, ଶୋଷିତ କୋଟି କୋଟି ଗରିବ ଜନତା, ଦଳିତ ଆଦିବାସୀ, ଅନଗ୍ରସର ବର୍ଗ ଓ ସଂଖ୍ୟାଲଘୁମାନଙ୍କର ତ୍ରାଣକର୍ତ୍ତା ସାଜି ମହାନ୍ ଦେଶପ୍ରେମୀ, ବିପ୍ଲବୀ, ଅଦ୍ୱିତୀୟ ସମାଜ ସଂସ୍କାରକ, ବିଚକ୍ଷଣ ରାଜନୀତିଜ୍ଞ, ଦେଶର ଆର୍ଥିକ ଓ ସାମାଜିକ ସ୍ୱାଧୀନତାର ପଥ ପ୍ରଦର୍ଶକ ରୂପେ ନିଜ ପ୍ରତିଭାର ପ୍ରତିପାଦିତ କରିପାରିଥିଲେ ଅତିଥିମାନେ ସେ ସବୁ ଘଟଣାବଳୀର ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ସମାଜସେବୀ ଜମ୍ବୁବତୀ ଦାସ, ଡ଼ା. ଅବିନାଶ, ସାହିତ୍ୟିକ ବିଜୟ କୁମାର ବହଳି, ଆଇନ୍‌ଜୀବି ଗିରିଧାରୀ ନାଥ, ସାହିତ୍ୟିକ ଡ଼. ବାଇଧର ସାହୁ, ଗାନ୍ଧୀବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଏହି ଜୟନ୍ତୀ ପାଳନ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.